ବିଜେପି ପାର୍ଟି କାର୍ଯ୍ୟାଳୟରେ ବସନ୍ତ ପଣ୍ଡାଙ୍କୁ ବନ୍ଧୁକ ଦେଖାଇ ଧମକ, ୨ ଯୁବକ ଅଟକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ବସନ୍ତପଣ୍ଡାଙ୍କୁ ଦଳୀୟ ରାଜ୍ୟ କାର୍ଯ୍ୟଳୟରେ ପଶି ଦୁଇଜଣ ଯୁବକ ଧମକ ଦେଇଛନ୍ତି। ବେକରେ ହଳଦିଆ ଗାମୁଛା ପକାଇଥିବା ଦୁଇ ଯୁବକ ଦଳୀୟ କାର୍ଯ୍ୟାଳୟ ଭିତରେ ପଶି ବନ୍ଧୁକ ଦେଖାଇ ଶ୍ରୀ ପଣ୍ଡାଙ୍କୁ ଧମକ ଦେଇଛନ୍ତି। ପରେ ଅବଶ୍ୟ ସେଠାରେ ଉପସ୍ଥିତ ଥିବା ଦଳରୀ ଅନ୍ୟ କର୍ମକର୍ତ୍ତାମାନେ ଯୁବକ ଦୁଇଜଣଙ୍କୁ ଧରି ଶ୍ରୀ ପଣ୍ଡାଙ୍କ ଚାମ୍ବର ବାହାରକୁ ନେଇ ଆସିଥିଲେ। ତେବେ ଧମକ ଦେଇଥିବା ଯୁବକ ଦ୍ୱୟ ନିଜକୁ ବିଜେପି କର୍ମକର୍ତ୍ତା ବୋଲି ପରିଚୟ ଦେଉଛନ୍ତି ଓ ଦଳର ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟଧାରାରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ଧମକ ଦେଇଥିବା ଜଣାପଡ଼ିଛି। ଯୁବକ ଦ୍ୱୟ ବାରଙ୍ଗ ଅଞ୍ଚଳର ପୀନାକ ମହାନ୍ତି ଓ ସମ୍ବିତ ପଣ୍ଡା ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ବିଜେପି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ଅଭିଯକ୍ତଦ୍ୱୟଙ୍କୁ ପଚରାଉଚରା ପାଇଁ ଥାନାକୁ ଧରି ନେଇଛି।

ସମ୍ବନ୍ଧିତ ଖବର