କୁଚିଣ୍ଡା: ସମ୍ବଲପୁର ଜିଲ୍ଲା  କୁଚିଣ୍ଡା ଥାନା ବିଜଡିହିଠାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରର ପୁରୁଣା କାନ୍ଥ ଭାଙ୍ଗୁଥିବା ବେଳେ ମାଡ଼ି ବସିଲା କାନ୍ଥ। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ଘଟିଛି। ମହିଳା ଜଣକ ଘର ମାଲିକ ହୋଇଥିବା ବେଳେ ପୁରୁଷ ଶ୍ରମିକ ଭାବେ କାମ କରୁଥିଲେ।

Advertisment

ମହିଳା ନମିତା ପଟେଲ ସ୍ଥାନୀୟ କିଣ୍ଡିରା ଗାଁ ଲଳିତ ଦେହୁରୀଙ୍କୁ ଆଜି ସକାଳେ ନିଜ ଘରର ପୁରୁଣା କାନ୍ଥ ଭଙ୍ଗିବା ପାଇଁ ଡାକିଥିଲେ। ତେବେ କାନ୍ଥ ଦୁର୍ବଳ ଥିବାରୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ପଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।