ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏହି ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ପଣସଡ଼ିହାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଣେ ଚିଲିକା ବ୍ଲକ ନଈରୀ ମାଛ ଜେଟି ନିକଟରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି।
ଏଣେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସିହିରିଆ ଅଞ୍ଚଳରେ ବଜ୍ରାଘାତରେ ବୁଧୁ କିଷାନ(୨୩)ଙ୍କର ମୃତ୍ୟୁ ହୋଇଛି। ସେ କୌଣସି କାର୍ଯ୍ୟରେ ବଜାରକୁ ଯାଇଥିଲେ। ବଜାରରୁ ଘରକୁ ଫେରୁଥିବା ବଜ୍ରାଘାତର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। କୁଆଁରମୁଣ୍ଡା ପାଣ୍ଡିରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଅନୁରୂପ ଭାବେ ନୂଆଗାଁ ବ୍ଲକ କାଦପାଣି ଅଞ୍ଚଳରେ ମଧ୍ୟ ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆଗାଁ ବ୍ଲକ ଲୁକୁମବେଡାର ବାଜୁ ଗଞ୍ଜୁ (୬୦)। ନିଜ ପରିବା କ୍ଷେତକୁ ପରିବା ତୋଳିବାକୁ ଯାଇଥିଲେ। ପରିବା ତୋଳିବା ପରେ ଘରକୁ ଫେରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Thunder-4.jpg)