ହାଟଡିହି: ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ ଘଟିଛି । ତେବେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିବା ବାଟରେ ଅଟୋ ଓଲଟିପଡ଼ିବାରୁ ଶିଶୁଙ୍କ ବାପା-ମା ଗୁରୁତର ଭାବେ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ମଧୁବନ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆଜି ମଧୁବନ ଗ୍ରାମର ସୁନିତା ମହାକୁଡ଼ ଓ ଅନୁସୟା ନାଏକ ପୋଖରୀରେ ଗାଧାଉଥିବା ବେଳେ ବୁଡ଼ି ଯାଇଥିଲେ ।
ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଟୋ ସାହାଯ୍ୟରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଆଣୁଥିଲେ | ତେବେ ବାଟରେ ପୁରୁଣାପାଣି ନିକଟରେ ଅଟୋ ଓଲଟି ପଡିଥିଲା। ଫଳରେ ସୁନିତା ମହାକୁଡ଼ଙ୍କ ବାପା ସୁରେଶ ମହାକୁଡ଼ ଓ ମା ପଦ୍ମୀନ ମହାକୁଡ଼ ଗୁରୁତର ଭାବେ ଆହତ ହୋଇଥିଲେ ।
vocfm.co.zaଖବର ପାଇ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୁଡ଼ି ଯାଇଥିବା ଶିଶୁ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/images_1528113187396_drowning_in_flood-1024x575-1.jpg)