ଝିଅଙ୍କୁ ବଞ୍ଚାଇବାକୁ ମେଡିକାଲ ଆଣୁଥିବାବେଳେ ଓଲଟିଲା ଅଟୋ, ୨ ଜଣଙ୍କର ମୃତ୍ୟୁ

ହାଟଡିହି: ପୋଖରୀରେ ବୁଡି ଦୁଇ ନାବାଳିକାଙ୍କର ମୃତ୍ୟୁ ଘଟିଛି । ତେବେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିବା ବାଟରେ ଅଟୋ ଓଲଟିପଡ଼ିବାରୁ ଶିଶୁଙ୍କ ବାପା-ମା ଗୁରୁତର ଭାବେ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ମଧୁବନ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆଜି ମଧୁବନ ଗ୍ରାମର ସୁନିତା ମହାକୁଡ଼ ଓ ଅନୁସୟା ନାଏକ ପୋଖରୀରେ ଗାଧାଉଥିବା ବେଳେ ବୁଡ଼ି ଯାଇଥିଲେ ।

ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଟୋ ସାହାଯ୍ୟରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଆଣୁଥିଲେ | ତେବେ ବାଟରେ ପୁରୁଣାପାଣି ନିକଟରେ ଅଟୋ ଓଲଟି ପଡିଥିଲା। ଫଳରେ ସୁନିତା ମହାକୁଡ଼ଙ୍କ ବାପା ସୁରେଶ ମହାକୁଡ଼ ଓ ମା ପଦ୍ମୀନ ମହାକୁଡ଼ ଗୁରୁତର ଭାବେ ଆହତ ହୋଇଥିଲେ ।

vocfm.co.za

ଖବର ପାଇ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୁଡ଼ି ଯାଇଥିବା ଶିଶୁ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର