ଗୋରଖପୁର: ନେପାଳକୁ ବୁଲିବାକୁ ଯାଇଥିବା ଭାରତୀୟ ପର୍ଯ୍ୟଟକଙ୍କର ଏକ ବସ ଦୁର୍ଘଟଣାର ଶିକାର ହୋଇଛି | ଏଥିରେ ଦୁଇଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି | ମୃତକ ଦୁଇଜଣ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ(୫୪) ଓ ଜଟଣୀର ବିଜୟ ଜେନା(୫୨) ହୋଇଥିବା ସୂଚନା ମିଳିଛି |
ଏହି ଦୁର୍ଘଟଣାରେ ଆହୁରି ୫ ରୁ ୬ ଜଣ ଓଡ଼ିଆ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି | ଏହି ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ରୋଟହଟ ଜିଲ୍ଲାର ଚନ୍ଦ୍ରନିଗାହପୁରରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା | ପର୍ଯ୍ୟଟକଙ୍କ ବସ | ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
(ଅଧିକ ବିବରଣୀ ପାଇଁ ଅପେକ୍ଷା କରାଯାଇଛି)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/tapas-accident.jpg)