ନୂଆପଡାରେ ଦୁଇ ପୃଥକ ଦୁର୍ଘଟଣାରେ ୨ ମୃତ

ନୂଆପଡ଼ା: ଆଜି ସନ୍ଧ୍ୟାରେ ସଦର ଥାନା ଅଂଚଳରେ ଦୁଇଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ସଦର ଥାନା ଖୋକସା ଗାଁର ଜଗତରାମ ଶବର(୨୮) ଓ ବେଲଟୁକୁରୀ ଥାନା ସରଧାପୁର ଗାଁର ଜୟଲାଲ ରାଉତ(୨୦) | ଏବେ ଉଭୟ ମୃତଦେହକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି | ଆଜି ସନ୍ଧ୍ୟାରେ ସଦର ଥାନା ଖୋକସା ଗାଁ ଜଗତରାମ ନିଜ ମୋଟର ସାଇକେଲରେ କୌଣସି କାମରେ ମହୁଲଭଟା ଗାଁକୁ ଆସିଥିଲେ। ସନ୍ଧ୍ୟାରେ ଫେରିବା ବାଟରେ ଜଗତରାମଙ୍କୁ ଜାତୀୟ ରାଜପଥ ୩୫୩ ଉପରେ ସକିର୍ଟ ହାଉସ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା।

ସ୍ଥାନୀୟ ଲୋକେ ଜଗତରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଗତରାମଙ୍କୁ ମୃତ ଘୋଷଣା କରିଥିଲେ। ସଦର ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହ ବକୁ ଜବତ କରିଛି। ସେହିପରି ବେଲଟୁକୁରୀ ଥାନା ସରଧାପୁର ଗାଁର ଜୟଲାଲ (ଓଡି ୧୭ ଆର ୨୮୫୪) କୌଣସି କାମରେ ସାରାବଙ୍ଗ ପଟେ ଯାଇଥିଲେ।

ସନ୍ଧ୍ୟାରେ ନିଜ ଗାଁ ପଟେ ଫେରିବା ବାଟରେ ସାରାବଙ୍ଗ ନିକଟ ବ୍ରିଜରେ ଭାରସାମ୍ୟ ହରାଇ ପଡି ଯାଇଥିଲେ। ମୁଣ୍ତରେ ଗଭୀର କ୍ଷତ ଲାଗି ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ଜୟଲାଲଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ପାଇ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲା। ରାତିରେ ମୃତ ଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି। ଆସନ୍ତା କାଲି ଉଭୟଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ସଦର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଏସଆଇ ବିନୟ କେକେର୍ଟା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର