ବର୍ଷା ପାଇଁ ବନ୍ଦ ରହିବ ଏହି ୨ ଜିଲ୍ଲାର ସ୍କୁଲ

ବ୍ରହ୍ମପୁର/ପାରଳାଖେମୁଣ୍ଡି : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଦକ୍ଷିଣ ଓଡିଶା, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । କଟକ ଓ ଭୁବନେଶ୍ୱରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୧୨୬ ମିଲିମିଟର ଓ କଟକରେ ୧୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

Skymet Weather

ଗତକାଲି ଗଂଜାମ ଜିଲ୍ଲାରେ ୩୫ ମିଲିମିଟର ବର୍ଷା ହୋଇଛି ଏବଂ ଏବେ ବି ବର୍ଷା ଜାରି ରହିଛି | ବ୍ରହ୍ମପୁର ତଳିଆ ଅଂଚଳରେ ପାଣି ପଶିଯାଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ଦିନ ଯାକ ବର୍ଷା ଲାଗି ରହିବ ବୋଲି ସୂଚନା ଦିଆଯାଇଛି | ଯାହାକୁ ନଜରରେ ରଖି ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି | ପ୍ରବଳ ବର୍ଷା କାରଣରୁ ଗଞ୍ଜାମର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କିନ୍ତୁ ଶିକ୍ଷକ ମାନେ ସ୍କୁଲରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଲଗାଣ ବର୍ଷାରେ ଗଞ୍ଜାମରେ ସ୍ଥିତି ସାଂଘାତିକ ରହିଛି । ତେଣୁ ଆବଶ୍ୟକସ୍ଥଳେ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଗତକାଲି ଠାରୁ ଗଞ୍ଜାମରେ ଲଗାଣ ବର୍ଷା ହେଉଥିବାରୁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି | ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ପ୍ରଶାସନ ଛୁଟି ଘୋଷଣା କରିଛି |

ସମ୍ବନ୍ଧିତ ଖବର