ସମ୍ବଲପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଛି। ଚଳିତବର୍ଷ ବୌଦ୍ଧ ଜିଲ୍ଲାକୁ ମିଶାଇ ସମ୍ବଲପୁର ଜୋନ୍‌ରେ ମଶ୍ଚିମାଞ୍ଚଳର ମୋର ୮୫,୬୩୫ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ୧୭,୭୪୩ ଜଣ, ବାଣିଜ୍ୟରେ ୬,୩୧୫ ଜଣ ଏବଂ କଳାରେ ସର୍ବାଧିକ ୬୦,୫୭୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଏଥିପାଇଁ ୩୨୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି।

Advertisment

ପ୍ରଥମ ଦିନ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି। ବୁଧବାର ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହୋଇଥିଲା। ଗୁରୁବାର ଯୁକ୍ତ ୨ ‘ବାଣିଜ୍ୟ’ ଓ ‘କଳା’ର ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ। ଏବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷା ପାଇଁ ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ର‌ରେ ପ୍ରଶ୍ନପତ୍ର ପହଞ୍ଚିଥିଲା। କପି ରୋକିବାକୁ ଏ ବର୍ଷ ୪ ଟି ସ୍ତରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ବଲାଙ୍ଗୀର ଜିଲ୍ଲାରେ କଳାରେ ୧୦୧୮୯, ବାଣିଜ୍ୟରେ ୧୨୨୦, ବିଜ୍ଞାନରେ ୨୬୬୩ ଏଭଳି ମୋଟ ୧୪୦୭୨ ଛାତ୍ରଛାତ୍ରୀ ୫୪ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ସେହିପରି ବୌଦ୍ଧ ଜିଲ୍ଲାରେ କଳାରେ ୩୧୨୦, ବାଣିଜ୍ୟରେ ୯ ଓ ବିଜ୍ଞାନରେ ୧୬୮ ଏଭଳି ମୋଟ ୩୨୯୭ ଛାତ୍ରଛାତ୍ରୀ ୧୦ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ସେହିପରି ସୋନପୁର ଜିଲ୍ଲାରେ କଳାରେ ୫୫୯୧, ବାଣିଜ୍ୟରେ ୧୪୯, ବିଜ୍ଞାନରେ ୭୪୧ ଏଭଳି ମୋଟ ୬୪୮୧ ଛାତ୍ରଛାତ୍ରୀ ୨୭ କେନ୍ଦ୍ରରେ ପରୀକ୍ଷା ଦେବେ। କଳାହାଣ୍ଡି ଜିଲ୍ଲାରେ କଳାରେ ୮୨୭୨, ବାଣିଜ୍ୟରେ ୩୬୯ ଓ ବିଜ୍ଞାନରେ ୨୯୫୨ ଏଭଳି ମୋଟ ୧୧୫୯୩ ଛାତ୍ରଛାତ୍ରୀ ୪୫ କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ନୂଆପଡା ଜିଲ୍ଲାରେ କଳାରେ ୩୨୩୧, ବାଣିଜ୍ୟରେ ୨୮୪, ବିଜ୍ଞାନରେ ୧୯୪୩ ଏଭଳି ମୋଟ ୪୫୫୮ ଛାତ୍ରଛାତ୍ରୀ ୧୫ କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ବରଗଡ ଜିଲ୍ଲାରେ କଳାରେ ୯୫୨୦, ବାଣିଜ୍ୟରେ ୫୦୪, ବିଜ୍ଞାନରେ ୧୮୫୩ ଏଭଳି ମୋଟ ୧୧୮୭୭ ଛାତ୍ରଛାତ୍ରୀ ୪୬ କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ଦେବଗଡ ଜିଲ୍ଲାରେ ୧୮୨୯ କଳାରେ, ବାଣିଜ୍ୟରେ ୮୩, ବିଜ୍ଞାନରେ ୪୯୯ ଏଭଳି ମୋଟ ୨୪୨୧ ଛାତ୍ରଛାତ୍ରୀ ୧୩ କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ଝାରସୁଗୁଡା ଜିଲ୍ଲାରେ କଳାରେ ୨୬୭୭, ବାଣିଜ୍ୟରେ ୫୧୭ ଓ ବିଜ୍ଞାନରେ ୬୭୧ ଏଭଳି ୩୮୬୫ ଛାତ୍ରଛାତ୍ରୀ ୧୯ କେନ୍ଦ୍ରରେ ପରୀକ୍ଷା ଦେବେ। ସେହିଭଳି ସମ୍ବଲପୁର ଜିଲ୍ଲାରେ କଳାରେ ୫୯୪୩ ‌, ବାଣିଜ୍ୟରେ ୯୦୧ ଓ ବିଜ୍ଞାନରେ ୨୯୭୬ ଏଭଳି ମୋଟ ୯୮୨୦ ଛାତ୍ରଛାତ୍ରୀ ୩୬ କେନ୍ଦ୍ରରେ ପରୀକ୍ଷା ଦେବେ। ସେହିଭଳି ସୁନ୍ଦରଗଡରେ କଳାରେ ୧୦,୨୦୫, ବାଣିଜ୍ୟରେ ୨୨୬୯ ଓ ବିଜ୍ଞାନରେ ୪୧୭୭ ଏଭଳି ମୋଟ ୧୬୬୫୧ ଛାତ୍ରଛାତ୍ରୀ ୫୮ କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡିଛି।