ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା ଦ୍ୱାଦଶ(ଯୁକ୍ତ ଦୁଇ) ପରୀକ୍ଷା | ମେ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଜୁନ ୪କୁ ଘୁଂଚାଇଦିଆଯାଇଛି | କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ସହ ବିଜ୍ଞାନର ଗଣିତ ପରୀକ୍ଷା ଘୁଞ୍ଚିଛି | ପରୀକ୍ଷା ଘୁଞ୍ଚିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି | ତେବେ ୨୧ ତାରିଖରୁ ୨୮ ତାରିଖର ସୂଚୀ ପୂର୍ବବତ ରହିବ | ସୂଚନା ଥାଉ କି ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ | ସେହିପରି ଜୁନ ୩ରେ ଭୋଟ ଗଣତି ହେବ |

ଗତ ଡିସେମ୍ବର ୩୦ ତାରିଖ ଦିନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି। ସେପଟେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ନିୟମ ଥିବା ବେଳେ ଆସନ୍ତା ଜୁନ ମାସରେ ଏହାର ଅବଧି ପୂରଣ ହେଉଥିବାରୁ ମେ ୩୧ରେ ଉପନିର୍ବାଚନ ହେବ | ବ୍ରଜରାଜନଗର ଉପନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୩୩ ନୂଆ ଭୋଟରଙ୍କୁ ମିଶାଇ ଏଥର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ।

ସମ୍ବନ୍ଧିତ ଖବର