ବ୍ରଜରାଜନଗର: ଲଗାଣ ବର୍ଷା ଯୋଗୁଁ ଇବ୍ ଓ ବସୁନ୍ଧରା ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣେ ଅପରାହ୍ଣରେ ରାଜପୁର ନିକଟ ଘୋଡ଼ାଡିଆ ନାଳ ପୋଲ ଉପରେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଚାନ୍ଦିନୀମାଲ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଜଳ ପ୍ରବାହ ତୀବ୍ରତା ଅଧିକ ଥିବାରୁ ଲୋକଙ୍କୁ ଯାତାୟାତ ପାଇଁ ବାରଣ କରାଯାଇଛି ବୋଲି ପୂର୍ବ ସମିତି ସଭ୍ୟ ଗଣେଶ ବାଗ ସୂଚନା ଦେଇଛନ୍ତି। ଇବ୍ ନଦୀର ଜଳ ପତ୍ତନ ବୃଦ୍ଧି ଯୋଗୁଁ ଦେଓଗାଁ ମଝିଆପଡ଼ା, ସର୍ଗିମାଲ, ରାଜପୁର ତଳପଡ଼ା ପର୍ଯ୍ୟନ୍ତ ପାଣି ଆସିଯାଇଛି। ଝାରସୁଗୁଡ଼ା ତହସିଲଦାର କୁଳମଣି ରଣବିଡ଼ା ରାଜପୁର ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଜଳ ସ୍ତର ଅଧିକ ବୃଦ୍ଧି ପାଇଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ସରପଞ୍ଚଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/16-12.jpg)