ସୋନପୁର: ସୋନପୁର ଅବାକରୀ ବିଭାଗ ୮ କେଜି ଗଞ୍ଜେଇ ଜବତ କରିବା ସହ ବୌଦ୍ଧ ଜିଲ୍ଲା ସିଲେଟପଡ଼ା ଗ୍ରାମର ଟିକେଧନ ମୁନା(୨୧) ଏବଂ ନୂଆପଡ଼ା ଜିଲ୍ଲା ରାଜଖରିଆର ଥାନା ଗୋଡ଼ଧୁଆପଦର ଗ୍ରାମର ତ୍ରିନାଥ ପାନ(୨୯)କୁ ଗିରଫ କରିଛି। ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ଟିକେଧନ ଏବଂ ତ୍ରିନାଥ ମନମୁଣ୍ଡା ପଟରୁ ଏକ ବାଇକରେ ଗଞ୍ଜେଇ ଧରି ସୋନପୁର ଦେଇ ଚୋରା ଚାଲାଣ କରୁଥିବା ଖବର ପାଇ ଅବାକରୀ ଟିମ ସୋନପୁର ମନମଣ୍ଡା ରାସ୍ତା ସ୍ମାର୍ଟ ପାର୍କ ନିକଟରେ ଅଭିଯୁକ୍ତ ଦ୍ବୟଙ୍କୁ ଧରିଥିଲେ।
ଯାଞ୍ଚ ସମୟରେ ଅଭିଯୁକ୍ତମାନଙ୍କ ବାଇକରେ ଥିବା ଏକ ବ୍ୟାଗରୁ ୮ କେଜି ଗଞ୍ଜେଇ ବାହାରିଥିଲା। ଅବାକରୀ ବିଭାଗ ୮ କେଜି ଗଞ୍ଜେଇ ଏବଂ ବ୍ୟବହୃତ ବାଇକକୁ ଜବତ କରି ଅଭିଯୁକ୍ତ ଟିକେଧନ ଏବଂ ତ୍ରିନାଥକୁ କୋର୍ଟ ଚାଲାଣ କରିଥିବା ସୂଚନା ଦିଆଯାଇଛି। ଅବକାରୀ ଇନ୍ସପେକ୍ଟର ରାଧାକାନ୍ତ ଭୋଇଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଏସ୍ଆଇ ସୁଧୀର ମିଶ୍ର, ଏଏସ୍ଆଇ ସବିତା ପଟ୍ଟନାକୟ, ଏଏସ୍ଆଇ କୀର୍ତ୍ତନ ନାଏକ, ପିଣ୍ଟୁ ସାହୁ, ପୃଥ୍ବୀରାଜ କଅଁର ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/14-1.jpg)