ହୀରାକୁଦର ୨ଟି ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ହୀରାକୁଦ ଜଳଭଣ୍ଡାରର ଖୋଲାଥିବା ୪ଟି ସ୍ଲୁଇସ୍‌ ଗେଟ୍‌ରୁ ୨ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ସନ୍ଧ୍ୟା ୬ଟାରେ ଜଳସ୍ତର ୬୧୩.୫୦ ଫୁଟ୍‌ରେ ପହଂଚିଛି। ଏହି ସମୟରେ ଜଳଭଣ୍ଡାରକୁ ୮୧,୭୭୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪୫,୬୭୭ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୩୦,୨୯୨ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ପାଓ୍ଵାର ଚାନେଲ ଦେଇ ୧୧,୨୪୨ କ୍ୟୁସେକ ଓ କେନାଲଗୁଡ଼ିକରେ ୩,୭୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସମ୍ବନ୍ଧିତ ଖବର