ପତ୍ନୀହନ୍ତା ମାମଲା: ଅନ୍ୟ ୨ ସହଯୋଗୀଙ୍କୁ ଆଜୀବନ ଜେଲ, ଜଣକୁ ୩ ବର୍ଷ ସର୍ଶମ କାରାଦଣ୍ଡ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଜଜ ରେଖା ପ୍ରସାଦ ଆଜି ଜଣେ ବିବାହିତ ମହିଳାଙ୍କୁ ହତ୍ୟା କରାଯିବା ଘଟଣାର ବିଚାର କରି ହତ୍ୟାରେ ସହଯୋଗ କରିଥିବା ଶ୍ବଶୁର କାଲବିନ୍ଦର ସିଂ ଏବଂ ଅନ୍ୟ ସହଯୋଗୀ ମହେନ୍ଦ୍ର ଜେନାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଶାଶୁ ହରଜିତ କୌରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏହି ଦଣ୍ଡେଦେଶ ଶୁଣାଇଛନ୍ତି। ଏହା ପୂର୍ବରୁ ଗତକାଲି ସ୍ବୀମୀ ସୁଲତାନ ସିଂଙ୍କୁ ଜିଲ୍ଲା ଜଜ ରେଖା ପ୍ରସାଦ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିସାରିଛନ୍ତି।

ପ୍ରକାଶ ଥାଉକି ୨୦୧୬ ମସିହା ମେ ମାସ ୨୧ ତାରିଖ ଦିନ ଏହି ସଂପର୍କରେ ବାଲିମଳା ଏନଏସିର ଵାର୍ଡ ନମ୍ବର ୧୭ର କାଉନସେଲର ଜୟନ୍ତୀ ଜାନୀ ଓର୍କେଲ ଥାନାରେ ଏନେଇ ଏକ ଏତଲା ଦାୟର କରିଥିଲେ। ଏତଲାରେ ଦର୍ଶାଯାଇଥିଲା ଯେ ବାଲିମେଳାର ଡମ୍ପିଂ ପାଖ ପାଵାର ହାଉସ କେନାଲରେ ଏକ ମୃତଦେହ ଭାସୁଛି। ଏହି ଏତଲାକୁ ଭିତ୍ତିକରି ଓର୍କେଲ ଥାନାର ପୁଲିସ ଏକ ୟୁଡି କେଶ ଦାୟର କରିଥିଲା। ପୁଲିସ ଏ ସଂପର୍କରେ ତଦନ୍ତ କରି ଜାଣିବାକୁ ପାଇଲା ଯେ ବାଲିମେଳା ଦୈନିକ ବଜାରର ଅଭିଯୁକ୍ତି ସୁଲତାନ ସିଂଙ୍କ ପତ୍ନୀ ରଶ୍ମିତା ବାଘ ବୋଲି ଜଣାପଡିଲା। ପୁଲିସ ଏହାର ଅଧିକା ତଦନ୍ତ କରି ଜାଣିବାକୁ ପାଇଲା ଯେ ସ୍ବାମୀ ସୁଲତାନ ହିଁ ତାର ପତ୍ନୀକୁ ହତ୍ୟା କରି ଏକ ଜରି ବସ୍ତାରେ ପୁରାଇ ପାଵାର ହାଉସର କେନାଲରେ ଫିଙ୍ଗି ଦେଇଥିଲା।

ଓର୍କେଲ ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁଲତାନ ସିଂ, ମହେନ୍ଦ୍ର ଜେନା, ଅଭିଯୁକ୍ତଙ୍କ ବାପା କଲବିନ୍ଦର ସିଂ, ମା’ ଅରଜିତ କୌରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଜିଲ୍ଲା ଜଜ ରେଖା ପ୍ରସାଦ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ହତ୍ୟାରେ ସହଯୋଗ କରିଥିବା ଶ୍ବଶୁର ଏବଂ ଅନ୍ୟ ସହଯୋଗୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଂକା ଜୋରିମାନା କରିବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ଶାଶୁଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛ୍ତି। ଶାଶୁଙ୍କୁ ଜରିମାନା ବାବଦକୁ ୫ ହଜାର ଟଂକା ଆଦାୟ ନେଇ ନିର୍ଦେଶ ଦେଇଥିବା ବେଳେ ଅନାଦେୟ ହେଲେ ୩ ମାସ ପାଇଁ ପୁଣି ଜେଲ ଦଣ୍ଡରେ ଦଣ୍ଡିତ କରିବା ନେଇ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ତରଫରୁ କ୍ୟାଡର ପିପି ମହେନ୍ଦ୍ର କୁମାର ନାଗ ପରିଚାଳନା କରୁଥିଲେ।

 

ସମ୍ବନ୍ଧିତ ଖବର