ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରୁ ୧୫ କିଲୋମିଟ ଦୂରରେ ଥିବା ନାଗଫେଣା ଗ୍ରାମରେ ଅପରାହ୍ନ ସମୟରେ ବାର୍‌ହା ଆକ୍ରମଣରେ ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ବେଲପଡା ବ୍ଲକ ନାଗଫେଣା ଗ୍ରାମର ସଦାଶିବ ବରିହା ଓ ଗୌତମ ମାଝୀ ନାମକ ୨ ଜଣ ଛେଳି ଚରାଳି ଛେଳିମାନଙ୍କୁ ନେଇ ନିକଟସ୍ଥ ଜଙ୍ଗଲ ପାଖକୁ ଯାଇଥିଲେ।

ଚରୁଥିବା ସମୟରେ ଜଙ୍ଗଲ ଭିତରକୁ ଛେଳିମାନେ ଯାଉଥିବା ଦେଖି ସେମାନଙ୍କୁ ଜଙ୍ଗଲ ପଟରୁ ଗାଁ ପଟକୁ ଘଉଡାଇ ଆଣିବା ସମୟରେ ସେଠାରେ ଥିବା ବାର୍‌ହା ସଦାଶିବ ଓ ଗୌତମଙ୍କ ଜଙ୍ଘ, ଛାତି ଆଦି ସ୍ଥାନରେ ଆକ୍ରମଣ କରିଥିଲା।

କୌଶଳ କ୍ରମେ ସେଠାରୁ ସେମାନେ ବର୍ତ୍ତି ଗାଁକୁ ପଳାଇ ଆସିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ଲାଗି  ଭର୍ତ୍ତି କରା ଯାଇଥିଲା। ତେବେ ୨ ଛେଳି ଚରାଳି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ସହାୟତା ପ୍ରଦାନ ନେଇ ପରିବାରବର୍ଗ ଦାବି କରିଛନ୍ତି।