ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧଗୋଡ଼ା ସଂଖ୍ୟାଲଘୁ ସାହିରେ ନିଆଁଲାଗି ଦୁଇବଖରା ଘର ପୋଡ଼ିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ସମୟରେ ସାହିର ସେକ୍ କମରୁଦ୍ଦିନ (୫୫)ଙ୍କ ଚାଳଛପର ରୋଷେଇ ଘରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିଲା।
ନିଆଁକୁ ଆୟତ୍ତ କରିବାକୁ ଗାଁଲୋକେ ଉଦ୍ୟମ କରିବା ସହ ଘସିପୁରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଘରର ଆସବାବପତ୍ର, ରୋଷେଇ ସାମଗ୍ରୀ, ଧାନଚାଉଳ ଏବଂ ୫ ହଜାର ଟଙ୍କା ପୋଡ଼ିଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାହିବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/7-14.jpg)