ଛତିଆ: ବଡ଼ଚଣା ବ୍ଲକ କାଇମାଟିଆ ପଞ୍ଚାୟତର ନଳୀଦା-କଣ୍ଟେଇଝର ଆଦିବାସୀ ସାହିରେ ଗତକାଲି ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ପୋଡ଼ି ଯାଇଛି। ଏଥିରେ ଗଣେଶ ପୂର୍ତ୍ତି ଓ ଚନ୍ଦରା ପୂର୍ତ୍ତିଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଖବର ପାଇ ଚଣ୍ତିଖୋଲ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ବି ନିଆଁକୁ ତତ୍‌କ୍ଷଣାତ ଆୟତ୍ତ କରିପାରିନଥିଲେ।

Advertisment

ଫଳରେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର, ଧାନଚାଉଳ, ମହିଳା ସଂଘରୁ ନେଇଥିବା ୩୦ ହଜାର ଋଣ ଟଙ୍କା, ଧାନ ବିକ୍ରି କରି ରଖିଥିବା ୨୦ହଜାର ଟଙ୍କା ଓ ସମସ୍ତ ଦରକାରୀ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଦୁଇ ଆଦିବାସୀ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।