କଣ୍ଟିଗଡ଼ିଆ: ଧର୍ମଶାଳା ତହସିଲ କଣ୍ଟିଗଡ଼ିଆ ପଞ୍ଚାୟତ ହରିଚନ୍ଦନପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଯଦୁନାଥ ମଲିକଙ୍କ ଦୁଇ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ଯଦୁନାଥଙ୍କ ରୋଷେଇ ଘର ସଂଲଗ୍ନ ଏକ ଚାଳଛପର ଘରେ ନିଆଁ ଲାଗି ଯାଇଥିଲା। ପରିବାର ଲୋକେ ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ।
ସାହିପଡ଼ିଶା ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚିବା ବେଳକୁ ସଂପୂର୍ଣ୍ଣ ଘର ନିଆଁ ଆଁକୁ ଚାଲିଯାଇଥିଲା। ଏଥିରେ ଯଦୁନାଥଙ୍କ ଘରର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/25-8.jpg)