ଭୁବନେଶ୍ବର: ସମସ୍ତ ମନ୍ତ୍ରୀ, ବିଧାୟକ, ସରକାରୀ ଅଧିକାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବାକୁ ରାଜ୍ୟ ସରକାର ନିୟମ କରିଛନ୍ତି। ଏପରିକି ସମସ୍ତେ ଯେପରି ସମ୍ପତ୍ତି ତାଲିକା ଦେବେ ସେଥିପାଇଁ ରାଜ୍ୟ ସରକାର ପ୍ରାୟ ୫ଥର ଏହାର ଅବଧି ବଢ଼ାଇଲେଣି। ତଥାପି ବି ୧୨ଜଣ ଉଚ୍ଚପଦସ୍ଥ ଅଧିକାରୀ ସମ୍ପତ୍ତି ତାଲିକା ଦେଇନାହାନ୍ତି।
ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଆଇଏଏସ୍ ଅଧିକାରୀ ଜୟକୁମାର ଭି, ବିକାଶ ଚନ୍ଦ୍ର ମହାପାତ୍ର, ଆଇପିଏସ୍ ଅଧିକାରୀ ଏନ୍.ବି ଭାରତୀ, ସାଇନି ଏସ୍, ରାହୁଲ ଗୋୟଲ, ବିନୋଦ ପାଟିଲ୍ ଏଚ୍, ଆଇଏଫ୍ଏସ୍ ଅଧିକାରୀ ବିକ୍ରମ ସିଂହ, ପ୍ରଦୀପ ରାଜ କରାଟ, ରୋହିତ କୁମାର ଲେଙ୍କା, କାର୍ତ୍ତିକ ଭି, ବିବେକ କୁମାର, ଅଙ୍କୁର କୁମାର ଜୈନ ତାଲିକା ଦେଇନାହାନ୍ତି। ସେହିପରି ରାଜ୍ୟ କ୍ୟାଡରରେ କାର୍ଯ୍ୟରତ ୧୭୧ଜଣ ଆଇଏଏସ୍, ୧୦୬ଜଣ ଆଇପିଏସ୍, ୭୬ଜଣ ଆଇଏଫ୍ଏସ୍ ଅଧିକାରୀ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି।