ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗାଁରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ବୋମାମାଡ଼ ଘଟଣାରେ ୨ ଜଣ ଆହତ ହୋଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ନିଶିଭଅଁର ଗାଁରେ ପୂର୍ବ ବିବାଦକୁ କେନ୍ଦ୍ର କରି ଆଜି ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ଼ ଜାରି ରହିଛି। ୫୦ରୁ ଅଧିକ ବୋମା ମାଡ଼ ଉଭୟ ପକ୍ଷରୁ ହୋଇଥିଲା। ଏହି ବୋମା ମାଡରେ ଦୁଇଜଣ ଗୁରୁତର ଆହତ ହୋଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
/sambad/media/post_attachments/wp-content/uploads/2020/07/br4.jpg)
ଗତକାଲି ବିଳମ୍ବିତ ରାତିରେ ଉଭୟ ଗୋଷ୍ଠୀ ମୁଁହାମୁଁହିଁ ହୋଇଥିଲେ। ଉଭୟଙ୍କ ଭିତରେ ଟେକା ପଥର ମାଡ଼ ହୋଇଥିଲା। ଖବର ପାଇ ରାତିରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ଫେରିଥିଲା। ସୂଚନାଯୋଗ୍ୟ,ଏହି ଗାଁରେ ଗତକାଲି ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପଜେଟିଭ ଚିହ୍ନଟ ହୋଇଥିବାରୁ ଉକ୍ତ ପରିବାରକୁ ଅପର ଗୋଷ୍ଠୀର କିଛି ବ୍ୟକ୍ତି ଆକ୍ଷେପ କରି କହିବାରୁ ବିବାଦ ଆଜି ସକାଳୁ ଉଗ୍ର ରୂପ ନେଇ ବୋମା ମାଡ଼ ଜାରି ରହିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Bomb-Blast-Fighting-Between-Two-Groups-After-Covid-Positive_Thumbnail.jpg)