ରେଳ ଧାରଣାରେ ଖୁଣ୍ଟ ପୋତୁଥିବା ବେଳେ ୨ଶ୍ରମିକ ଗୁରୁତର

ବାଲେଶ୍ବର: ଆଜି ସକାଳେ ରୁପସା ବାଙ୍ଗିରିପୋଷି ଆଡ଼କୁ ଯାଇଥିବା ରେଳ ଧାରଣାରେ ଖୁଣ୍ଟ ପୋତାକାମ ହେଉଥିଲା। ସେଠାରେ ୬ ଜଣ ଶ୍ରମିକ କାମ କରୁଥିଲେ। ଖୁଣ୍ଟ ପୋତିବା ବେଳେ ତାହା ହଲିଯାଇ ୨୫କେଭି ତାରରେ ଲାଗି ଯାଇଥିଲା। ଏହାଫଳରେ ୨ଜଣ ଗୁରୁତର ହୋଇଥିଲେ।

ଏହାପରେ ଉଭୟଙ୍କୁ ପ୍ରଥମେ ରୁପସା ଡାକ୍ତରଖାନାରେ ଏବଂ ପରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁଇ ଗୁରୁତର ହେଲେ ବିହାରର ପବନ କୁମାର ଓ ଲାଲଟୁ କୁମାର।

 

ସମ୍ବନ୍ଧିତ ଖବର