ସଂପର୍କୀୟ ଦିଅରର ଛୁରାମାଡ଼ରେ ମହିଳା ଓ ୪ବର୍ଷର ଶିଶୁକନ୍ୟା ଗୁରୁତର: କଟକ ବଡ଼ ମେଡିକାଲରେ ଭର୍ତ୍ତି

ଖୁଣ୍ଟୁଣୀ: କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚେପେଟି(ଦ୍ୱାରାବତୀପୁର) ଗ୍ରାମ ଦ୍ବାରାଶୁଣି ଠାକୁରାଣୀ ମନ୍ଦିର ଠାରେ ଗତକାଲି ରାତିରେ ଜଣେ ବିଧବା ମହିଳା ଓ ତାଙ୍କର ୪ବର୍ଷର ଶିଶୁ କନ୍ୟାକୁ ଛୁରାମାଡ଼ ହୋଇଛି। ମହିଳାଙ୍କ ସମ୍ପର୍କୀୟ ଦିଅର ଏଭଳି କାଣ୍ଡ ଘଟାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗୁରୁତର ଅବସ୍ଥାରେ ମହିଳା ଓ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଓ ଘଣ୍ଟିଖାଲ ଫାଣ୍ଡି ପୁଲିସ ଉଦ୍ଧାର କରି ପୁଲିସ ଭ୍ୟାନରେ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟ ମାଆ ଓ ଝିଅକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବିର୍ଯ୍ୟ ଦାସ ସୂଚନା ଦେଇଛନ୍ତି।

image source–scbmch.nic.in

ଛୁରାମାଡ଼ରେ ଗୁରୁତର ଆହତ ମହିଳା ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଦୁଦୁରକୋଟ ଗ୍ରାମର କଳ୍ପନା ଗୋଚ୍ଛାୟତ ଓ ତାଙ୍କ ଝିଅ ପାୟଲ(୪)। ପ୍ରାପ୍ତ ଖବର ମୁତାବକ ଛୁରାମାଡ଼ରେ ଗୁରୁତର କଳ୍ପନା ଢେଙ୍କାନାଳରେ ଥିବା ଏକ ସଂସ୍ଥାରେ କାମ କରନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କର ସମ୍ପର୍କୀୟ ଦିଅର ସେଠାରେ ପହଞ୍ଚି ଘର ଦୁଦୁରକୋଟ ଯିବା ପାଇଁ ଉଭୟ ମାଆ ଓ ଝିଅକୁ ନିଜ ବାଇକରେ ନେଇଆସିଥିଲେ। ମାତ୍ର କାମ ବାହାନାରେ ଘରକୁ ନନେଇ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଖୁଣ୍ଟୁଣୀ ଥାନା ଦ୍ୱାରାବତୀପୁର ଗ୍ରାମ ଦ୍ୱାରାଶୁଣି ମନ୍ଦିର ପରିସରକୁ ନେଇ ସେଠାରେ ଏକ ଛୁରୀରେ ମହିଳା କଳ୍ପନା ଓ ତାର ୪ବର୍ଷର ଝିଅକୁ ଅତର୍କିତ ଭାବେ ଛୁରାମାଡ଼ କରିଥିଲା।

ଛୁରାମାଡ଼ରେ କଳ୍ପନାଙ୍କ ମୁଣ୍ଡ ,ମୁହଁ ଓ ବାମହାତ ପାପୁଲି ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ବେଳେ ଝିଅ ପାୟଲର ପିଠିରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଛୁରାଘାତରେ ଗୁରୁତର ମହିଳା ଓ ଛୋଟ ପିଲାର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଛୁରାମାଡ଼ କରିଥିବା ଯୁବକ ଜଣକ ଘଟଣାସ୍ଥଳରୁ ବାଇକ ଧରି ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଉଭୟ ମାଆ ଝିଅକୁ କାଦୁଅରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର