ଜଗତସିଂହପୁର ଟାଉନ୍/ବାଲିକୁଦା: ସାମ୍ବାଦିକତା ବୃତ୍ତିରେ କଳଙ୍କ ବୋଳିଛନ୍ତି ସାମ୍ବାଦିକ ବୋଲାଉଥିବା ବାଲିକୁଦାର ଦୁଇ ଜଣ ବ୍ୟକ୍ତି । ଛାତ୍ରୀଙ୍କ ପାଖକୁ ଅଶ୍ଳୀଳ ଭିଡ଼ିଓ ପଠାଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଘଟଣାରେ କମ୍ପୁଟର ଶିକ୍ଷକ ନାମରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ନେଇ ଏହି ଦୁଇ ଜଣ ମଧ୍ୟସ୍ଥି ସାଜିଥିଲେ । ଛାତ୍ରୀ ଓ ତାଙ୍କ ପରିବାରକୁ ଧମକ ଦେବା ସହ ମାମଲା ରଫାଦଫା ନକଲେ ଭିଡ଼ିଓ ଓ ଫଟୋ ଭାଇରାଲ କରିବାକୁ କହି ମାନସିକ ଚାପ ପକାଉଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ ପକରି ବାଲିକୁଦା ଥାନା ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।
ଏହି ଘଟଣାରେ ଦୁଇ କରିତକର୍ମା ସାମ୍ବାଦିକ ହେଲେ ବିପିନ ସେଠୀ ଓ ପ୍ରଦୀପ୍ତ ମୁଦୁଲି । ବିପିନ ସେଠୀ ଜଗତସିଂହପୁରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଜଣେ ଛାତ୍ରୀଙ୍କୁ ଯୌନ ଶୋଶଣ କରିଥିବା ଅଭିଯୋଗ ଆସିଥିଲା । ଛାତ୍ରୀ ଓ ତାଙ୍କ ପରିବାର ଲୋକ ଲଜ୍ଜାକୁ ଡରି ଥାନାରେ କୌଣସି ମାମଲା କରି ନଥିଲେ । ହେଲେ ଉକ୍ତ ଘରୋଇ ବିଦ୍ୟାଳୟରୁ ତଡ଼ା ଖାଇଥିଲା ଏହି ସାମ୍ବାଦିକ ବୋଲାଉଥିବା ବିପିନ ସେଠୀ । ତେବେ ଏହି ଘଟଣାରେ ମୁଖ୍ୟ ମଧ୍ୟସ୍ଥି ସାଜିଥିଲା ବିପିନ ଓ ସାଙ୍ଗରେ ଥିଲା ପ୍ରଦୀପ୍ତ ମୁଦୁଲି ।
ଘଟଣା ଅନୁସାରେ ବାଲିକୁଦା ତହସିଲ ଛକରେ ଡ୍ରିମ୍ଲ୍ୟାଣ୍ଡ କମ୍ପୁଟର ସେଣ୍ଟର ରହିଛି । ଆମ୍ଭଶାଳ ନାନିକିପଡ଼ାର ସାଗର ମହାପାତ୍ର ନାମକ ଜଣେ ଯୁବକ ଏଡି କମ୍ପୁଟର ଶିକ୍ଷାକେନ୍ଦ୍ର କରିଛି । ତେବେ ଶିକ୍ଷା ଗ୍ରହଣ ପାଇଁ ଆସୁଥିବା ଯୁବତୀମାନଙ୍କୁ ପ୍ରେମରେ ଫସାଇ ସେମାନଙ୍କୁ ଯୌନ ଶୋଷଣ କରିବା ହେଉଛି ଏହି ଯୁବକର ପ୍ରକୃତି । ଶିକ୍ଷା ଦାନ ସମୟରେ ଝିଅମାନଙ୍କ ଦେହକୁ ବିନା କାରଣରେ ଛୁଇଁବା । ସେମାନଙ୍କୁ ଖରାପ ଇଙ୍ଗିତ କରିବା । ଅଶ୍ଳୀଳ ଇଙ୍ଗିତ କରିବା ସାଗରର ନୀତି ଦିନିଆ କାମ । ପୂର୍ବରୁ ସାଗର ନାମରେ ବାରମ୍ବର ଅଭିଯୋଗ ହୋଇଛି । କିନ୍ତି ଅଧିକାଂଶ ସ୍ଥାନରେ ଟଙ୍କା କିମ୍ବା ମାନସିକ ଚାପ ଦେଇ ମାମଲାକୁ ରଫାଦଫା କରିଥାଏ ସାଗର । ତେବେ କିଛି ଦିନ ତଳେ ବାଲିକୁଦା ଅଞ୍ଚଳର ଜଣେ ପୁରାତନ ଛାତ୍ରୀଙ୍କୁ କେତେକ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ପଠାଇଥିଲା ସାଗର । ଉକ୍ତ ଫଟୋରେ ସାଗର ସହ ଅନ୍ୟ ଜଣେ ଝିଅ ଖୋଲା ଦେହରେ ରହିଛି । ସେ ଫଟୋ ପଠାଇବା ସହ ଉକ୍ତ ଛାତ୍ରୀକୁ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ଶାରୀରିକ ସମ୍ପର୍କ ନ ରଖିଲେ ତୋ ଫଟୋକୁ ଅଶ୍ଳୀଳ କରି ସୋସିଆଲ ମିଡ଼ିଆରେ ଛାଡ଼ି ଦେବି କହି ଧମକ ଦେଇଥିଲା ।
ଏହାକୁ ନେଇ ଛାତ୍ରୀ ଜଣକ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ମନାକୁ ଆସିଥିଲା । ଆହୁରି ୩ରୁ ୪ ଜଣ ଝିଅଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ସାଗର ଅଶ୍ଳୀଳ ଫଟୋ ଫଠାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ୯୪/୨୦୨୦ ମାମଲା ରୁଜୁ କରି ସାଗର ମହାପାତ୍ରକୁ ବାଲିକୁଦା ଗିରଫ କରିଥିଲା । ହେଲେ ଜାମିନରେ ଆସି ବାଲିକୁଦାରେ ସାମ୍ବାଦିକ ବୋଲାଉଥିବା ଦୁଇ ଜଣ ବିପିନ ସେଠୀ ଓ ପ୍ରଦୀପ୍ତ ମୁଦୁଲିକୁ ଅସ୍ତ୍ର କରିଥିଲା ସାଗର । ସାମ୍ବାଦିକ ହୋଇ ଛାତ୍ରୀଙ୍କ ଘରେ ପହଞ୍ଚିଥିଲେ ଏହି ଦୁଇ ଜଣ । ସେଠାରେ ଛାତ୍ରୀଙ୍କୁ ସିଧା ସଳଖ ମାମଲା ପ୍ରାତ୍ୟାହାର ପାଇଁ ମାନସିକ ଚାପ ପକାଇଥିଲେ । ଛାତ୍ରୀ ମନା କରିବାରୁ ତାଙ୍କୁ ଧମକ ଦେଇଥିଲେ । ସାଗର ମହାପାତ୍ର ପାଖରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଓ ଫଟୋ ରହିଛି । ସେ ଜାମିନରେ ଆସି ସାରିଛି। ଯଦି ମାମଲା ପ୍ରତ୍ୟାହାର ନକରନ୍ତି ତେବେ ସାଗର ଛାତ୍ରୀଙ୍କ ଫଟୋ ଭାଇରାଲ କରିଦେବ କହି ଧମକ ଦେଇଥିଲେ । ଏଥିସହ ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ବି ଦେବାକୁ କହିଥିଲେ । ହେଲେ ଛାତ୍ରୀ ଜଣଙ୍କ ଏସବୁରୁ ଦୂରେଇ ଯାଇ ପୁଣି ଥାନାକୁ ଆସି ଆଇନର ସହାୟତା ନେଇଥିଲେ । ୨୫ ତାରିଖ ଦିନ ବାଲିକୁଦା ଥାନାରେ ଅଭିଯୋଗ ପରେ ଆଜି ପୁଲିସ ୯୬/୨୦୨୦ରେ ମାମଲା ରୁଜୁ କରି ବିପିନ ସେଠୀ ଓ ପ୍ରଦୀପ୍ତ ମୁଦୁଲିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ତେବେ ସାଗର ଠାରୁ ଜବତ ହୋଇଥିବା ଲାପଟପରୁ ଅନେକ ଝିଅଙ୍କର ଅଶ୍ଳୀଳ ଫଟୋ ଓ ଭିଡ଼ିଓ ବାହାରିଥିବା ସୂଚନା ମିଳିଛି । ଜାମିନରେ ଆସି ଅଭିଯୋଗକାରୀ ଓ ତାଙ୍କ ପରିବାରକୁ ଲୋକ ପଠାଇ ମାନସିକ ନିର୍ଯ୍ୟାତନା ଦେଉଛି । ପୂର୍ବରୁ କମ୍ପୁଟର ଶିକ୍ଷା ନାମରେ ଅନେକ ଝିଅଙ୍କୁ ଫସେଇ ସେମାନଙ୍କୁ ବ୍ଲକମେଲିଂ କରି ଖରାପ ସମ୍ପର୍କ ରଖିଛି । ଏଭଳି ପରିସ୍ଥିରେ ସାଗର ମହାପାତ୍ରକୁ ପୁନର୍ବାର ଗିରଫ କରି କଠୋର ଦଣ୍ଡ ଦେବାକୁ ପରିବାର ଲୋକ ଦାବି କରିଛନ୍ତି।