ସମ୍ବଲପୁର : ପୂର୍ବତଟ ରେଳପଥରେ ପ୍ରଥମଥର ପାଇଁ ଭାବେ ୨ କିଲୋମିଟର ଲମ୍ବା ଟ୍ରେନ ଚାଲିଛି। ସମ୍ବଲପୁର ରେଳ ମଣ୍ଡଳର ଗୋଡ଼ଭଗାରୁ ବଲାଙ୍ଗୀର ଷ୍ଟେସନ ମଧ୍ୟରେ ପରୀକ୍ଷାମୂଳକଭାବେ ୩ ଟି ପଣ୍ୟବାହୀ ଟ୍ରେନକୁ ଯୋଡ଼ି ଏକ ସଙ୍ଗେ ଚଳାଯାଇଛି। ୨୦୦୦ ମିଟର ଲମ୍ବା ଏହି ଟ୍ରେନରେ ୧୪୭ଟି ୱାଗନ, ୪ଟି ଇଞ୍ଜିନ ଓ ୩ଟି ବ୍ରେକ/ଗାର୍ଡ ଭ୍ୟାନ ରହିଥିଲା। ଟ୍ରେନଟିକୁ ଗୋଡ଼ଭାଗା ଓ ବଲାଙ୍ଗୀର ଷ୍ଟେସନ ମଧ୍ୟରେ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଥିଲା। ପ୍ରଥମ ରେକଟି କଣ୍ଟେନର ବୋଝେଇ ୪୫ଟି ଫ୍ଲାଟ ୱାଗନ ଥିଲାବେଳେ ଦ୍ବିତୀୟ ଓ ତୃତୀୟ ରେକ୍ରେ ୫୧ଟି ଲେଖାଏଁ ଖାଲି ଆଲୁମିନା କଣ୍ଟେନର ଥିଲା ଯାହା ବିଶାଖାପାଟଣା ପୋର୍ଟ ଅଭିମୁଖେ ଯାଉଥିଲା। ୨ କିମି ଲମ୍ବା ଟ୍ରେନ୍ଟି ପ୍ରଥମେ ଗୋଡ଼ଭଗାରୁ ବଲାଙ୍ଗୀର ପର୍ଯ୍ୟନ୍ତ ଚଳାଇବାକୁ ନିଷ୍ପତ୍ତି ହୋଇଥିଲେ ବି ଏହା ଟିଟିଲାଗଡ଼ ନିକଟସ୍ଥ ସିକିର ଷ୍ଟେସନ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଭାଗ ଭାଗ ହୋଇଥିଲା। ଫଳରେ ଏହା ମୋଟ ୧୪୫ କିଲୋମିଟର ଦୂରତା ଅତିକ୍ରମ କରିଥିଲା। ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିବା ଏଭଳି ଲମ୍ବା ଟ୍ରେନ ଦ୍ୱାରା ମାନବସମ୍ବଳର ସଂଚୟ ହେବା ସହ ୩ଥର ବଦଳରେ ଗୋଟିଏ ଥର ସିଗନାଲ ଦେବାକୁ ପଡ଼ିବ ଓ ୩ ସ୍ଥାନରେ ଥରେ ମାତ୍ର ଲେବେଲ କ୍ରସିଂ ବନ୍ଦ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ଚାଲିଲା ୨ କି.ମି. ଲମ୍ବା ଟ୍ରେନ୍ : ପୂର୍ବତଟ ରେଳବାଇରେ ପ୍ରଥମ, ଗୋଡ଼ଭଗାରୁ ସିକିର ୧୪୫ କିମି ଅତିକ୍ରମ କଲା
/sambad/media/post_attachments/wp-content/uploads/2019/02/train-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)