ରତ୍ନପଥର ଖଣିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାଫିଆ ରାଜୁ ସାହୁ କୋର୍ଟଚାଲାଣ

ବଲାଙ୍ଗୀର/ଟିଟିଲାଗଡ଼:  ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରତ୍ନପଥର ଖନନ ସମୟରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଥିଲା। ଏହି ମାମଲାର ମାଷ୍ଟରମାଇଣ୍ଡ ରାଜୁ ସାହୁ ଘଟଣା ପରେ ଫେରାର ମାରିଥିଲା। ଶୁକ୍ରବାର ଟିଟିଲାଗଡ଼ ପୁଲିସ ରାଜୁକୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି। କଳାହାଣ୍ଡିରୁ ରାଜୁକୁ ଗିରଫ କରାଯାଇଥିବା ପୁଲିସ କହିଛି।

ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ନିକଟ ଗୁଲମୀ ଘଞ୍ଚ ଜଙ୍ଗଲ ତିଖାଲି ନିକଟ ଭାଲୁଡୁଙ୍ଗୁରିରେ ଚାଲିଥିଲା ବେଆଇନ ଖଣି ଖନନ। ସୁଡ଼ଙ୍ଗ କରି ଅନେକ ବର୍ଷ ହେଲା ରତ୍ନପଥର ଖୋଳାଯାଉଥିଲା। ଏଥିରେ ରାଜୁ ସାହୁ ମାଷ୍ଟରମାଇଣ୍ଡ ଥିବା ବେଳେ ଜଙ୍ଗଲ ଭିତରେ ବେଆଇନ ବ୍ଲାଷ୍ଟିଂ ସବୁ ହେଉଥିଲା। ଗତ ଏପ୍ରିଲ ୨୨ ତାରିଖରେ ବ୍ଲାଷ୍ଟିଂ ସମୟରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଆଉ ଦୁଇଜଣ ଗୁରୁତର ହୋଇଥିଲେ। ତେବେ ମୃତ ଶ୍ରମିକଙ୍କ ପରିବାର ଥାନାରେ ଏତଲା ଦେବା ସହ ରାଜୁ ସାହୁକୁ ଗିରଫ କରିବାକୁ ଦାବି କରିଥିଲେ। ପୁଲିସ ଓ ବନ ବିଭାଗ ବି ଏହି ମାମଲାର ତଦନ୍ତ କରିଥିଲେ। କିନ୍ତୁ ମାଷ୍ଟରମାଇଣ୍ଡ ଘଟଣା ପରେ ଫେରାର ମାରିଥିଲା। ଏବେ ପୁଲିସ ରାଜୁକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର