ଭୁବନେଶ୍ବର: ରାଜ୍ୟରେ ସୁଭଦ୍ରା ସମୀକ୍ଷା ଜାରି ରହିଛି । ଆଜିକୁ ୧୨ ଦିନ ହେବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ସମୀକ୍ଷା ହେଉଛି। ଗତକାଲି ସୁଦ୍ଧା ୭ ହଜାର ସୁଭଦ୍ରା ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି।
ଏକ ମାସ ମଧ୍ୟରେ ୨୨ ହଜାର ସୁଭଦ୍ରାଙ୍କର ମତାମତ ନେବାକୁ ଆମର ଟାର୍ଗେଟ ରହିଛି। ଆମ ହାତରେ ଆହୁରି ୧୮ଦିନର ସମୟ ରହିଛି। ଠିକ ସମୟରେ ଟାର୍ଗେଟ ପୂରଣ ହୋଇଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ପ୍ରଦାନ କରିଛନ୍ତି।
ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଲୋକସେବା ଭବନରୁ ହେଉଥିବା ଯୋଜନା ଅଙ୍ଗନବାଡ଼ି ସ୍ତରରେ ପହଞ୍ଚୁଛି କି ନାହିଁ ମନିଟରିଂ ଅଧିକାରୀ କରିବେ ।
ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଲୋକସେବା ଭବନରୁ ହେଉଥିବା ଯୋଜନା ଅଙ୍ଗନବାଡ଼ି ସ୍ତରରେ ପହଞ୍ଚୁଛି କି ନାହିଁ ମନିଟରିଂ କରିବେ ଅଧିକାରୀ ।@WCDOdisha#AWESOME#Anganwadi#WomenEmpowermentpic.twitter.com/9r7eLjgBrQ
— Pravati Parida (@PravatiPOdisha) July 31, 2025
ଅଧିକ ପଢ଼ନ୍ତୁ: ଶୀଘ୍ର ହେବ ଓଟିଇଟି ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ ।
ତଥ୍ୟ ପୁଣି ଯାଞ୍ଚ କରି ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ସୁଭଦ୍ରା ଟଙ୍କା ସରକାର ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ବନ୍ୟାଞ୍ଚଳ ବୁଲି ଦେଖିଲେ ପିସିସି ପ୍ରତିନିଧି ଦଳ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/31/2-lakh-women-who-were-excluded-from-subhadra-yojana-will-not-apply-again-deputy-chief-minister-2025-07-31-13-15-25.jpg)