ଗରିବ ପରିବାରଙ୍କୁ ମିଳିବ ୨ଟି ଲେଖାଏଁ ଏଲ୍‌ଇଡି ବଲ୍‌ବ

ଭୁବନେଶ୍ୱର: ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ‘ଆମ ଘରେ ଏଲ୍‌ଇଡି’ କାର୍ଯ୍ୟକ୍ରମରେ ପ୍ରତି ଗରିବ ପରିବାରକୁ ୨ଟି ଏଲ୍‌ଇଡି ବଲ୍‌ବ ଦିଆଯିବ। ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏଭଳି କାର୍ଯ୍ୟକ୍ରମର ସୁବିଧା ପାଇବେ। ଓପିଟିସିଏଲ୍‌ ମାଧ୍ୟମରେ ପ୍ରାୟ ୪ କୋଟି ବଲ୍‌ବ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଜି ଏହି କାର୍ଯ୍ୟକ୍ରମର ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଥିଲେ। ସୂଚନାନୁସାରେ ଏହି ବଲ୍‌ବଗୁଡ଼ିକର ୩ ବର୍ଷ ଓ୍ଵାରେଣ୍ଟି ରହିବ। ସେଗୁଡ଼ିକୁ ସୁଲଭ ମୂଲ୍ୟ ଖାଉଟି ବିକ୍ରୟ କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯିବ। ଏ ବାବଦ ସମସ୍ତ ଖର୍ଚ ସରକାର ବହନ କରିବେ। ଭିଡିଓ କନ୍‌ଫରେନ୍ସିଂ ବେଳେ ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମାଙ୍କ ସହିତ ଖାଦ୍ୟ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର