କୋରେଇ : କୋରେଇ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଆଲିଆ-ନୂଆପଦା ଗ୍ରାମ ନିକଟରେ ଆଜି ଦୁଇ ମିନିଟ୍ରକ ମଧ୍ୟରେ ଧକ୍କା ହୋଇ ଜଣେ ଗୁରୁତର ହୋଇଛନ୍ତି। ଯାଜପୁର ରୋଡ୍ ଆଡ଼ୁ ଦୁଇଟି ମିନିଟ୍ରକ (ଓଆର ୦୪ଇ ୯୪୬୬) ଓ (ଓଆର ୦୪ କେ ୯୫୭୭) ଆଗ ପଛ ହୋଇ ପାଣିକୋଇଲି ଆଡ଼କୁ ଆସିବା ସମୟରେ ଧକ୍କା ହୋଇଥିଲା।
ଏଥିରେ ଗୋଟିଏ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଛନ୍ତି। ପୁଲିସ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/19-22.jpg)