୨ ନାବାଳକ ଭାଇ ବୌଦ୍ଧ ବସଷ୍ଟାଣ୍ଡରୁ ଉଦ୍ଧାର

ବୌଦ୍ଧ: ନିଜ ବାପା ଓ ସାବତ ମା’ର ନିର୍ଯାତନା ସହି ନପାରି କନ୍ଧମାଳ ଜିଲ୍ଲା ଚକାପାଦର ଦୁଇ ନାବାଳକ ଭାଇ (୧୩ ଓ ୯ବର୍ଷ) ବସ୍‌ରେ ବୌଦ୍ଧ ଚାଲିଆସିଥିଲେ। ସେମାନଙ୍କୁ ଉଦ୍ଧାର କରି ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି। ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ତଳଗାଁ ବଦଲାସାହି ଗ୍ରାମର ଦୁଇଭାଇ ବାପା ଓ ସାବତ ମା’ଙ୍କ ସହ ଚକାପାଦର ରହୁଛନ୍ତି। ବାପା, ମା’ଙ୍କ ନିର୍ଯାତନା ଅସହ୍ୟ ହେବାରୁ ବସ୍‌ରେ ଫୁଲବାଣୀ ଓ ସେଠାରୁ ଅନ୍ୟ ଏକ ବସରେ ବୌଦ୍ଧ ଚାଲିଆସିଥିଲେ।

ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର ସଭାପତି ପ୍ରଦୀପ ମହାନନ୍ଦ ଓ ସହକାରୀ ସାଧାରଣ ସମ୍ପାଦକ ଟିକ ବେହେରା ସେମାନଙ୍କୁ ପଚରାଉଚୁରା କରି ବୁଟୁପାଲି ନେଇ ଖାଇବାକୁ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନଙ୍କୁ ଯୋଗାଯୋଗ କରିବା ପରେ ଚାଇଲ୍ଡଲାଇନ ସହାୟତାରେ ବାଗବରରେ ଥିବା ହାର୍ଭେଷ୍ଟ ବ୍ଲେସିଂ ଶିଶୁ ଯତ୍ନ ଅନୁଷ୍ଠାନରେ ଆଶ୍ରୟ ଦିଆଯାଇଛି। ମଙ୍ଗଳବାର ସେମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରିବା ପରେ ଥଇଥାନ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର