ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ଏସି ୨ ନମ୍ବର ୱାର୍ଡ଼ ଅଧୀନ ନିମପଲ୍ଲୀ ଗ୍ରାମ ସେବାଶ୍ରମରେ ରହି ପାଠ ପଢ଼ୁଥିବା ୨ ଜଣ ନାବାଳିକା ଛାତ୍ରୀ (୮ ବର୍ଷ, ୭ ବର୍ଷ) ନିଖୋଜ ହୋଇଯାଇଥିଲେ। ଆଜି ଦିଗପହଣ୍ଡି ପୁଲିସ ଉଭୟଙ୍କୁ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଉଭୟଙ୍କ ଘର ଗଜପତି ଜିଲ୍ଲା ଆଡ଼ପଙ୍କା ଗ୍ରାମରେ ବୋଲି ଜଣାପଡ଼ିଛି। ଗତକାଲି ଦୁଇଜଣ ଛାତ୍ରୀ ସେବାଶ୍ରମର ପାଚେରି ଡେଇଁ ଲୁଚିଛପି ପଳାଇଥିଲେ। ସେବାଶ୍ରମ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଦିଗପହଣ୍ଡି ଥାନା ପୁଲିସକୁ ତୁରନ୍ତ ସୂଚନା ଦେଇଥିଲେ। ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ପୁଲିସ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଆଜି ଅପରାହ୍ନରେ ୨ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ସେମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ଅଭିଭାବକମାନେ ଆସିବା ପରେ ୨ ଛାତ୍ରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହାସହ ଜେରା କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଉଭୟ ପାଚେରି ଡେଇଁ ପଳାଇଥିଲେ ଏନେଇ କିଛି ସ୍ପଷ୍ଟ ହୋଇନି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp