ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଅଭିମାନପୁର ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ। ମୃତ ୨ ନାବାଳକ ହେଲେ ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର(୧୧) ଏବଂ କାର୍ତିକ କରଙ୍କ ପୁଅ ଲିଙ୍କୁନ କର(୧୨)।
ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ପୋଖରୀକୁ ଗାଧୋଇବାକୁ ଯାଇ ୨ ନାବାଳକ ପ୍ରାଣ ହରାଇଛନ୍ତି। ମୃତ ୨ ନାବାଳକ ହେଲେ ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର(୧୧) ଏବଂ କାର୍ତ୍ତିକ କରଙ୍କ ପୁଅ ଲିଙ୍କୁନ କର(୧୨)। ଉଭୟ ସମ୍ପର୍କରେ ବଡ଼ ବାପା ଓ ଦାଦା ପୁଅ ଭାଇ ଅଟନ୍ତି। ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଵାସିନ୍ଦା କହିଛନ୍ତି। ଗ୍ରାମବାସୀ ଓ ପରିବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଉଭୟଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରିଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Untitled-19.png)