ଜୟପୁର/କୋରାପୁଟ : କୋଲାବ ଡ୍ୟାମରେ ବୁଡି କୋରାପୁଟ ବ୍ଲକ ବଡ କେରେଙ୍ଗା ଗ୍ରାମ ପଞ୍ଚାୟତର ୨ ଜଣ ନିଖୋଜ ଥିବା ଜଣାପଡିଛି। ସେମାନେ ହେଲେ ପୁଲସା ଗାଁର ଧର୍ନୁଜୟ ଖରା(୧୯) ଓ ମୁକୁନ୍ଦ ଖରା(୪୦)। ସେମାନେ ଆଜି ଦିନରେ ଗାଁରୁ ଏକ ହୁଲି ଡଙ୍ଗାରେ କୋଲାବ ଆରପଟେ ଥିବା ଡଙ୍ଗରକୁ ମଣ୍ଡିଆ ଆଣିବାକୁ ଯାଇଥିଲେ। ମାଣ୍ଡିଆ ଧରି ଫେରୁଥିବା ବେଳେ ପବନ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନାହିଁ। ଘଟଣାସ୍ଥଳରେ କୋରାପୁଟ ସଦର ପୁଲିସ ପହଞ୍ଚି ତନାଘନା କରିଛନ୍ତି।
ଡଙ୍ଗାବୁଡି ୨ ନିଖୋଜ
/sambad/media/post_attachments/wp-content/uploads/2017/12/kolab-dam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)