ଓଡ଼ିଶାର କରୋନା ଆରୋଗ୍ୟ ହାର ଜାତୀୟ ହାରର ଦୁଇଗୁଣ

ଓଡ଼ିଶାରେ ଆଜି ଆଉ ୨ ଜଣ ସୁସ୍ଥ ହେଲେ

ଭୁବନେଶ୍ୱର : ଓଡ଼ିଶାରେ ଗୋଟିଏ ପଟେ ସଂକ୍ରମିତ ସଂଖ୍ୟା ବଢିଚାଲିଥିବା ବେଳେ ଆରୋଗ୍ୟ ସଂଖ୍ୟା ମଧ୍ୟ ବୃଦ୍ଧିପାଇଚାଲିଛି । ଆଜି ରାଜ୍ୟର ଆଉ ଦୁଇଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏହା ଫଳରେ ଓଡ଼ିଶାର କରୋନା ଆରୋଗ୍ୟ ହାର ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ଓଡ଼ିଶାର ଆରୋଗ୍ୟ ହାର ଜାତୀୟ ହାରର ଦୁଇଗୁଣରୁ ମଧ୍ୟ ଅଧିକ ରହିଛି ।
ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୩୮୬୯କୁ ବୃଦ୍ଧି ପାଇଛି ଓ ଆରୋଗ୍ୟହାର ୧୯ ପ୍ରତିଶତକୁ ବୃଦ୍ଧି ପାଇଛି । ଏଣୁ ଓଡ଼ିଶାର ଆରୋଗ୍ୟ ହାର ଜାତୀୟ ହାରର ଦୁଇଗୁଣ ରହିଛି ।
ଆଜି ଓଡ଼ିଶାରେ ମୋଟ ୪ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ମଧ୍ୟରୁ ଭଦ୍ରକର ୩ଟି ଓ ଯାଜପୁରର ଗୋଟିଏ । ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୨ ରହିଛି ଓ ମୃତ୍ୟୁସଂଖ୍ୟା ୧ ରହିଛି ।

ସମ୍ବନ୍ଧିତ ଖବର