ଭୁବନେଶ୍ବର: ଆଜି ରାଜ୍ୟରେ ୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି।
Regret to inform the demise of two Covid positive patients of Ganjam district while under treatment in hospitals.
1. A 51-year old Male who was also suffering from morbid obesity.
2. A 34-year old Male who was also suffering from Hypertension.
— H & FW Dept Odisha (@HFWOdisha) July 16, 2020
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ଉଭୟ ମୃତକ ଗଞ୍ଜାମ ଜିଲ୍ଲାର ବାସିନ୍ଦା। ଉଭୟଙ୍କ ବୟସ ଯଥାକ୍ରମେ ୫୧ ଓ ୩୪। ୩୪ ବର୍ଷିୟ ଯୁବକଜଣକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ୫୧ ବର୍ଷିୟ ବ୍ୟକ୍ତିଜଣକ ମେଦବହୁଳତା ରୋଗରେ ପୀଡ଼ିତ ଥିଲେ।
ଫଳରେ ଗଞ୍ଜାମ ଜିଲ୍ଲାର କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି। ସେହିପରି ଖୋର୍ଦ୍ଧାରେ କରୋନା ମୃତକଙ୍କ ସଂଖ୍ୟା ୧୩ ଥିବା ବେଳେ କଟକରେ ୮ରେ ପହଞ୍ଚିଛି। ପୁରୀରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।
ଆଜି ରାଜ୍ୟରେ ୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ରାଜ୍ୟରେ ସମୁଦାୟ କରୋନା ପଜିଟିଭଙ୍କ ସଂଖ୍ୟା ୧୫,୩୯୨ ରେ ପହଞ୍ଚିଥିବା ବେଳେ ୧୦, ୪୭୬ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୪୮୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି |