ସମ୍ବଲପୁର : ରବିବାର ରାତି ୧୦ଟା ପରେ ହୀରାକୁଦ ବନ୍ଧର ୪ଟି ଗେଟ୍ ବନ୍ଦ କରାଯାଇଛି। ଆଉ ମାତ୍ର ୨ଟି ଗେଟ୍ ଖୋଲା ରହିଛି। ରବିବାର ମଧ୍ୟରାତ୍ରି ୧୨ଟା ବେଳେ ହୀରାକୁଦ ଜଳସ୍ତର ୬୨୯.୨୭ ଫୁଟ୍ ଥିଲା। ସେତିକିବେଳେ ଜଳଭଣ୍ଡାରକୁ ୧, ୧୧, ୯୭୮ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୫୯, ୨୧୩ କ୍ୟୁସେକ୍ ନିଷ୍କାସିତ ହେଉଥିଲା।
ସ୍ପିଲ୍ୱେ ଦେଇ ୩୨, ୭୬୪ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୨୨, ୧୬୫ କ୍ୟୁସେକ୍, ବରଗଡ଼ କେନାଲ୍ ଦେଇ ୩,୨୬୧ କ୍ୟୁସେକ୍, ଶାସନ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୧୧ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୯.୧୦ ମିଲିମିଟର୍ ଓ ତଳ ମୁଣ୍ଡରେ ୧.୩୬ ମିଲିମିଟର୍ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Three_mor_Hirakud_gates_opened.jpg)