ହୀରାକୁଦରେ ଆଉ ୨ଟି ଗେଟ ଖୋଲିଲା, ମୋଟ ୪୬ଟି ଗେଟ ଦେଇ ବନ୍ୟାପାଣି ନିଷ୍କାସିତ ହେଉଛି

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଛି । ଶନିବାର ମଧ୍ୟାହ୍ନରେ ଆଉ ଦୁଇଟି ସ୍ଲୁଇସ ଗେଟ ଖୋଲିବା ପରେ ଖୋଲିଥିବା ମୋଟ ଗେଟ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଏହି ୪୨ଟି ଗେଟ ଦେଇ ଏବେ ୮ ଲକ୍ଷ ୮୩ ହଜାର ୮୫୫ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବାବେଳେ ପ୍ରାୟ ୭ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ସ୍ଲୁଇସ ଗେଟ ଦେଇ ନିଷ୍କାସିତ ହେଉଛି ।

ମୋଟ ୪୬ଟି ଗେଟ ମଧ୍ୟରୁ ବାମ ପାର୍ଶ୍ଵରେ ୩୧ଟି ଓ ଦକ୍ଷିଣ ପାର୍ଶ୍ଵରେ ୧୫ଟି ଗେଟ ଖୋଲାଯାଇଛି ।

ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଜଳସ୍ତର ୬୨୬.୮୧ ଫୁଟରେ ପହଞ୍ଚିସାରିଲାଣି । ଅନ୍ୟପକ୍ଷରେ କଟକ ଜିଲ୍ଲାରେ ଥିବା ମୁଣ୍ଡୁଳି ବ୍ୟାରେଜରେ ଜଳସ୍ତର ବିପଦ ସଂକେତ ଉପରକୁୁ ଉଠିଯାଇଛି । ସେଠାରେ ଏବେ ୯ ଲକ୍ଷ ୪୧ ହଜାର ୨୦୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହା ଫଳରେ କଟକ,ଜଗତସିଂପୁର, ପୁରୀ ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର