ଭୁବନେଶ୍ବର: ଆଜି ସକାଳେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏକ ଖୁସୀ ଖବର ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଦୁଇ ଜଣ ଅାକ୍ରାନ୍ତ ସୁସ୍ଥ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ଦୁଇ ଜଣ ଆକ୍ରାନ୍ତ ଭୁବନେଶ୍ବରରୁ ଚିହ୍ନଟ ହୋଇଥିଲେ । ଫଳରେ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ଅନ୍ୟ ପକ୍ଷରେ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ୨ ଥର ପରୀକ୍ଷା ପରେ ଜଣେ ଆକ୍ରାନ୍ତଙ୍କର ସ୍ବାବ ନମୁନା ଯଦି ପ୍ରତି ଥର ନେଗେଟିଭ୍ ଆସେ ତେବେ ତାଙ୍କୁ ସୁସ୍ଥ ବୋଲି ଘୋଷଣା କରାଯାଇଥାଏ।
Happy to share that two #COVID19 patients of Bhubaneswar have recovered and tested negative for COVID-19.
The recovered cases now stand at 37. #OdishaFightsCorona
— H & FW Dept Odisha (@HFWOdisha) April 27, 2020