ସୁକୁମାରେ ୨ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୋଲିସ, ଡିଆଇଜି, ଏସଟିଏଫ ଏବଂ ସିଆରପିଏଫର ମିଳିତ ଚଢାଉରେ ଆଜି ଦୁଇ ଜଣ ନକ୍ସଲକୁ ଗିରଫ କରାଯାଇଛି। ଗିରଫ ନକ୍ସଲ ହେଲେ ଡିକେଏମଏସ ସଦସ୍ୟ ମୁଚାକି ମଙ୍ଗା(୪୫) ଏବଂ ମୁଚାକି ଦେବା(୨୫)। ଗତ ମାସ ୭ ତାରିଖ ଦିନ ଏହି ଦୁଇ ଜଣ ଚିନ୍ନା ବଡକେଲ ନିକଟରେ ପୁଲିସ ଉପରେ ଗୁଳି ଚଳାଇବା ଘଟଣାରେ ସାମିଲ ଥିବା ପ୍ରକାଶ। ଏଥିସହ ଦୁହେଁ ବହୁ ମାଓ ହିଂସାରେ ସାମିଲ ଥିବା ପୋଲିସ କହିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର