ଏସିବି ମେଡିକାଲରେ ୨ଟି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୭ଟି ଜିଲ୍ଲାର ସ୍ୱାସ୍ଥ୍ୟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ମାନଙ୍କରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ପଦକ୍ଷେପ

କଟକ: ଏସିବି ମେଡିକାଲରେ ୨ଟି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡ଼ିଓ କନଫରେନସିଙ୍ଗ ଜରିଆରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହାସହ ସମଗ୍ର ରାଜ୍ୟର ୭ଟି ଜିଲ୍ଲାର ସ୍ୱାସ୍ଥ୍ୟ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ମାନଙ୍କରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ପଦକ୍ଷେପ ସ୍ୱରୂପ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ହୋଇଛି।

କଟକରେ ଏସସବି ମେଡିକାଲ ଓ ହସ୍ପିଟାଲରେ ୨ଟି ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ(୧୩କେଏଲ୍‌) ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାର ଶିଳାନ୍ୟାସ କରିବା ସହ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ (୬୦୦ଏଲ୍‌ପିଏମ୍‌) ର ଉତ୍ପାଦନ ଏବଂ ବଣ୍ଟନ ବ୍ୟବସ୍ଥା(ପିଏସ୍ଏ) ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ଏବଂ ଏଥି ସହିତ ୧୨ କୋଟି ଟଙ୍କାରେ ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମିତ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ସୂଚନାଯୋଗ୍ୟ ଯେ ଏହି ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଛାତି, ଯକ୍ଷ୍ମା ରୋଗ ଆଦି ୱାର୍ଡକୁ ସିଧା ସଳଖ ଅକ୍ସିଜେନ ଯୋଗାଇ ଦିଆଯାଇପାରିବ। କୋଭିଡ ପରବର୍ତ୍ତୀ ଚିକିତ୍ସା ଭଲଭାବରେ ଉପଲବ୍ଧ ମଧ୍ୟ ହୋଇପାରିବ । ତେବେ ଏହି କାମ ଶୀଘ୍ର ଆରମ୍ଭ ହୋଇ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଆରଡିସି ଅନୀଲ କୁମାର ସାମଲ ।

ସମ୍ବନ୍ଧିତ ଖବର