ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତା ଉଫୁଲା ପାଖରେ ରବିବାର ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଦୁଇ ମୃତକ ଯୁବକ ହେଲେ ସୁବଳୟା ଥାନା କମିରା ଗ୍ରାମର ସମ୍ବିତ ପଧାନ( ୨୧) ଓ ବୁଠିପଦର ଗ୍ରାମର ଶିପକ୍ ନାଗ (୧୮) ବର୍ଷ।

Advertisment

ଉଭୟ ଯୁବକ ବୀରମହାରାଜପୁର ଏକ ଘରୋଇ ହୋଟେଲ୍ ରେ କାର୍ଯ୍ୟ କରୁଥିଲେ। ରାତି ପ୍ରାୟ ସାଢେ଼ ବାରଟାରେ ହୋଟେଲ୍ ରୁ ବାହାରି କୈ।ଣସି ଉଫୁଲା ଗାଁକୁ ଯାଉଥିବାବେଳେ ଉଫୁଲା ନାରାୟଣୀ ମନ୍ଦିର ପାଖରେ ଥିବା ଇଲେକଟ୍ରିକ୍ ପୋଲରେ ବାଡ଼ରେ ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁରର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତକ ଘୋଷଣା କରିଥିଲେ ।

ଖବର ପାଇ ବୀରମହାରାଜପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସବ୍ ଜବତ କରିବା ସହିତ ବୀରମହାରାଜପୁରର ଥାନା କେସ୍ ନମ୍ବର ୩୬/୨୪ ଏକ ମାମଲା ରୁଜୁ କରି ଏଏସଆଇ ସନ୍ତୋଷ କୁମାର ଗୈ।ଡ଼ ଅଧିକ ତଦନ୍ତ ଚଳାଇଛନ୍ତି ।