କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ୫୯ ନଂ ଜାତୀୟ ରାଜପଥ ବଙ୍ଗୋମୁଣ୍ଡା ଥାନା ଫୁଗୁଡ଼ା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ରକ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି ଓ ୨ ଗୁରୁତର ହୋଇଛନ୍ତି।
ଖଡ଼ିଆଳ - ବଙ୍ଗୋମୁଣ୍ଡା ୫୯ ନଂ ଜାତୀୟ ରାଜପଥର ଫୁଗୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଓ ବୋଲେରୋ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ବୋଲେରୋରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ପହଁରେନମୁଣ୍ଡା ଗାଁର ଲିଙ୍ଗରାଜ ସରାଫ ଓ କିଶୋର ଦାସ ବୋଲି ଜଣାପଡ଼ିଛି। ୨ ଗୁରୁତରଙ୍କୁ ଦମକଳ ବାହନୀ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଛନ୍ତି l ଖବର ପାଇ ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖଡ଼ିଆଳ-ବଙ୍ଗୋମୁଣ୍ଡା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ ଓ ଦୁଇ ଗୁରୁତର
/sambad/media/post_attachments/wp-content/uploads/2023/10/a6efdfb8-560f-459c-8765-5b05059d3107.jpeg)