ଥମୁନି ଝାରଖଣ୍ଡୀ ହାତୀଙ୍କ ଉପଦ୍ରବ: ଚାଲିଗଲା ଦୁଇ ଜୀବନ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଦିଗାରିଶୋଳ ଗ୍ରାମରେ ୭୦ରୁ ଅଧିକ ଝାରଖଣ୍ଡୀ ହାତୀଙ୍କ ଉପଦ୍ରବ ଥମିବାର ନାମ ଧରୁନାହିଁ। ଚାରି ଦିନ ହେଲା ସାରସକଣା ଅଞ୍ଚଳରେ ଝାରଖଣ୍ଡୀ ହାତୀପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଥିବା ବେଳେ ଏହି ହାତୀପଲ ପ୍ରାୟ ସମୟରେ ଏହି ବ୍ଲକ ଅଞ୍ଚଳକୁ ପ୍ରବେଶ କରି ଉପଦ୍ରବ ଚଳାଇଥିବାରୁ ହାତୀପଲ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ପଡିଲେଣି। ଏପରି ନିଜ ଘର ଛାଡ଼ି ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି। ତୋ କେହି ମୋବାଇଲ ଟାୱାର ଉପରେ ଚଢ଼ି ନିଜ ଜୀବନ ପାଇଁ ସଂଘର୍ଷ କରୁଛନ୍ତି।

ମୃତକ ହେଲେ ସାରସକଣା ବ୍ଲକ ଅଧୀନ ଦିଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୮ ) ଓ ଫୁଲମଣି ମୁଣ୍ଡା (୬୦)। ରବିବାର ସନ୍ଧ୍ୟା ସମୟରେ ଗାଁ ହାଟରୁ ସଉଦା କରି ଫେରୁଥିବା ବେଳେ ୭୦ ଟିକିଆ ହାତୀପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ସେହି ଗ୍ରାମର ଫୁଲମଣି ମୁଣ୍ଡା ଖାଇ ସାରି ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏବାବଦରେ ଝାରପୋଖରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବାଙ୍ଗିରିପୋଷି ରେଞ୍ଜର ଓ ଫରେଷ୍ଟର ଗୁରୁବାରୀ ମାରାଣ୍ଡିଙ୍କୁ ଏ ବାବଦରେ ଖବର ଦେବା ପରେ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ। ତେବେ ଗୁରୁତରଙ୍କୁ ପ୍ରଥମେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଦିଗାରୀଷୋଳ ଗ୍ରାମରେ ଉଦ୍ଧାର ପାଇଁ ଯାଇଥିବା ଅଗ୍ନିଶମ ଗାଡ଼ିକୁ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଅଟକ ରଖିଥିଲେ। ତେବେ ଅଞ୍ଚଳକୁ ହାତୀପଲ ପ୍ରବେଶ କରି ଉପଦ୍ରବ ଜାରି ରଖିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଝାରଖଣ୍ଡୀ ହାତୀ ଉପଦ୍ରବକୁ ରୋକିବା ପାଇଁ ବନବିଭାଗ ଅସମର୍ଥ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

 

ସମ୍ବନ୍ଧିତ ଖବର