କଟକ: କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି।
ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଉଭୟ ଦୁଇଜଣ ପାଣିରେ ଭାସିଯାଇଥିବା କୁହାଯାଉଥିଲା। ନିଖୋଜ ପ୍ରଦ୍ୟୁମ୍ନ ଲେଙ୍କା ଓ ବର୍ଷା ଲେଙ୍କା ବୋଲି କୁହାଯାଉଥିଲା।