ମହାପ୍ରଭୁଙ୍କ ପାଇଁ ୨ କ୍ୱିଣ୍ଟାଲ ବାସୁଙ୍ଗା ପାଟ : ନୂଆପାଟଣାରୁ ବରାଦ ଦେଇ ଫେରିଲେ ଦଇତା

ପୁରୀ : ମହାପ୍ରଭୁଙ୍କ ଅଣସର ବେଳେ ଲାଗି ହେବାକୁ ଥିବା ବାସୁଙ୍ଗା ପାଟ ପାଇଁ ଆଜି ଦଇତାପତିଙ୍କ ଏକ ପ୍ରତିନିଧି ଦଳ କଟକ ଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା ଯାଇ ଫେରିଛନ୍ତି। ଦଇତାମାନେ ମହାପ୍ରଭୁଙ୍କ ଲାଗି ହେବାକୁ ଥିବା ବାସୁଙ୍ଗା ପାଟର ମାନ ପରୀକ୍ଷା କରିବା ପରେ ପ୍ରାୟ ଦୁଇ କ୍ୱିଣ୍ଟାଲ ବାସୁଙ୍ଗା ପାଟ ବରାଦ ଦେଇ ଫେରିଛନ୍ତି। ଆଜି ସକାଳେ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ରଙ୍କ ନେତୃତ୍ଵରେ ହଳଧର ଦାସ ମହାପାତ୍ର, କାର୍ତ୍ତିିକ ଦାସ ମହାପାତ୍ର, ବିଶ୍ୱନାଥ ଦାସ ମହାପାତ୍ର, ହରିହର ଦାସ ମହାପାତ୍ର, କୃତ୍ତିବାସ ଦାସ ମହାପାତ୍ର, ଅମିତ ଦାସ ମହାପାତ୍ର, କାବୁନି ଦାସ ମହାପାତ୍ର, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ, ମନ୍ଦିର କୋଷାଧ୍ୟକ୍ଷ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ। ନୂଆପାଟଣାର ଏକ ସମବାୟ ସମିତିରେ ପାଟବସ୍ତ୍ରର ଗୁଣାତ୍ମକମାନ ପରୀକ୍ଷଣ କରାଯାଇ ନମୁନା ସଂଗ୍ରହ କରାଯାଇଥିଲା। ବାସୁଙ୍ଗା ପାଟ ମହାପ୍ରଭୁଙ୍କ ଦେହରେ ବର୍ଷକ ପାଇଁ ଲାଗୁ କରାଯାଇଥାଏ।

ସମ୍ବନ୍ଧିତ ଖବର