ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ; ପାସ୍‌ ହାର ୭୨. ୩୩%

+୨ ବିଜ୍ଞାନ ପରୀକ୍ଷା ଫଳାଫଳ: ବାଲେଶ୍ୱରରେ ପାସ୍‌ ହାର ସର୍ବାଧିକ ୮୬.୫୬ ପ୍ରତିଶତ, ଗଜପତିରେ ସର୍ବନିମ୍ନ ୩୬.୨୦ ପ୍ରତିଶତ

ଭୁବନେଶ୍ୱର: ସୋମବାର ମଧ୍ୟାହ୍ନରେ ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ୍‌ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ।

ଏ ବର୍ଷ ପାସ୍‌ ହାର ୭୨. ୩୩%। ଗତବର୍ଷ ତୁଳନାରେ ୪% କମ୍‌। ବାଲେଶ୍ୱର ଜିଲ୍ଲାରେ ପାସ୍‌ ହାର ସର୍ବାଧିକ- ୮୬. ୫୬%। ଗଜପତି ଜିଲ୍ଲାରେ ପାସ୍‌ ହାର ସର୍ବନିମ୍ନ- ୩୬. ୨୦%। ଏଥର ପୁଅମାନଙ୍କ ଠାରୁ ଝିଅମାନଙ୍କ ପାସ୍‌ ହାର ଅଧିକ।

୬୦ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଅଧିକ ନମ୍ବର ରଖିଛନ୍ତି। ଗତବର୍ଷ ୯୦% ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୪୧।

ରାଜ୍ୟର ୨୯ଟି କଲେଜର ରେଜଲ୍ଟ ଶତପ୍ରତିଶତ ହୋଇଥିବା ବେଳେ ୯ଟି କଲେଜର ରେଜଲଟ୍‌ ଶୂନ ହୋଇଛି। ଏଥର ପରୀକ୍ଷା ଦେଇଥିବା ୯୭, ୭୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦,୭୦୬ ଜଣ ପାସ୍‌ କରିଛନ୍ତି।

ଚଳିତ ବର୍ଷ ୪୦. ୦୫୮ ଜଣ ପୁଅ ପାସ୍‌ କରିଥିବାବେଳେ ୩୦, ୬୪୮ ଜଣ ଝିଅ ପାସ୍‌ କରିଛନ୍ତି। ଉଭୟଙ୍କ ପାସ୍‌ ହାର ଯଥାକ୍ରମେ ୭୦. ୪% ଓ ୭୫. ୦୨%।
ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୦, ୮୦୬ ବା ୨୯. ୪୨%। ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୩, ୯୦୪ ବା ୩୩. ୮୧%। ତୃତୀୟ ଶ୍ରେଣୀରେ ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୫, ୩୬୦ ବା ୩୫. ୮୭%। ଏଥର କମ୍ପାର୍ଟମେଣ୍ଟାଲ୍‌ ପାସ୍‌ ସଂଖ୍ୟା ହେଉଛି ୬୩୬ ବା ୦.୯%।

publive-image

ଜୟଦେବ ଭବନ ପରିସରସ୍ଥ ଗୀତଗୋବିନ୍ଦ ଭବନରେ ଆୟୋଜିତ ଫଳ ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ୍‌ର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ପରୀକ୍ଷାର୍ଥୀମାନେ www.orissaresults.nic.in ଓ www.chseodisha.nic.in େଓ୍ଵବ୍‌ସାଇଟ୍‌ରେ ରୋଲ୍‌ ନମ୍ବର ଓ ରେଜିଷ୍ଟ୍ରେସନ୍‌ ନମ୍ବର ଦେଇ ସେମାନଙ୍କ ଫଳାଫଳ ଜାଣି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe