ମାମୁଁ ଗାଁ ପୋଖରୀରେ ବୁଡି ଦୁଇ ଭାଣିଜୀଙ୍କର ମୃତ୍ୟୁ
ନୂଆପଡା: ପୋଖରୀ ଗାଧୁଆ ଦୁଇ ଭଉଣୀଙ୍କ ପାଇଁ ଶେଷ ଯାତ୍ରା ପାଲଟିଛି | ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଛତିଶଗଡ଼ର ରାୟପୁରରେ ରହୁଥିବା ସୁନ୍ଦର ବଘେଲଙ୍କ ଦୁଇ ଝିଅ ଶୀତଳ ଏବଂ ତନସି ମାମୁଁଘର ନୂଆପଡ଼ାକୁ ଯାଇଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ନିଜ ଜେଜେ ମାଙ୍କ ସହ ଗ୍ରାମର ପୋଖରୀକୁ ଗାଧୋଇ ଯାଇଥିବାବେଳେ ଦୁଇ ଭଉଣୀ ପହଁରି ଶିଖିନଥିଲେ ଆଉ ଗଭୀର ଜଳକୁ ଚାଲି ଯାଇଥିଲେ | ଗାଁ ଲୋକ ଏହା ଦେଖି ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି |
ସୂଚନା ଥାଉ କି ସୁନ୍ଦର ବଘେଲ ନୂଆପଡା ଖଡ଼ିଆଳ ବ୍ଲକ ମୋହରା ଗ୍ରାମର ହୋଇଥିବା ବେଳେ ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ଧରି ନିଜ ପରିବାର ସହ ରାୟପୁରରେ ରହି ଆସୁଛନ୍ତି। ଏହାକୁ ନେଇ ଏବେ ଗାଁ ରେ ଶୋକର ଛାୟା ଖେଳିଯାଇଛି |