କାଳିଆପାଣି: ଦଶମରେ ପଢ଼ୁଥିବା ନଗଡ଼ାର ଜଣେ ଓ ପଡ଼ୋଶୀ ଗୁହିଆଶାଳ ମୌଜାର ଅନ୍ୟ ଜଣେ ଜୁଆଙ୍ଗ ଛାତ୍ରୀ ଆଜି ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଉଭୟ ବାଲ୍ୟ ବିବାହ କରିଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ଏବେ ଅନ୍ତଃସତ୍ତ୍ବା ଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବାଲ୍ୟ ବିବାହ ସତ୍ତ୍ବେ ତଳ ଓ ଉପର ନଗଡ଼ାର ଅନ୍ୟ ୨ ଜଣ ଛାତ୍ରୀ ଆଜି ମାଟ୍ରିକ୍ ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏନଜିଓ ଆସ୍ପାୟାର ପକ୍ଷରୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ଜିଲ୍ଲା ଶିଶୁ ସୁରକ୍ଷା ଓ ଅଧିକାର ୟୁନିଟ୍, ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଚାଇଲ୍ଡ ଲାଇନ୍ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଫୋକସରେ ଥିବା ନଗଡ଼ା ଗାଁରେ ପାଠ ପଢ଼ୁଆ ଝିଅମାନେ ବି ପ୍ରତିବର୍ଷ ବାଲ୍ୟବିବାହ କରୁଥିବା ନେଇ ପ୍ରଶାସନିକ ବିଫଳତା ହିଁ ମୁଖ୍ୟ କାରଣ ବୋଲି ମତ ପ୍ରକାଶ ପାଇବା ସହ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।