ଭୁବନେଶ୍ବର: ରାଜ୍ୟରେ ଅନେକ ବିଦ୍ୟାଳୟରେ ନକଲି ପ୍ରମାଣପତ୍ର ଦେଇ ବହୁ ଶିକ୍ଷକ ଚାକିରି କରୁଛନ୍ତି। ଏହା ଜଣାପଡିବା ପରେ ଶିକ୍ଷା ବିଭାଗ ପକ୍ଷରୁ ଧରପଗଡ ଚାଲିଛି। ଅନେକ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଭଳି ପରିସ୍ଥିତିରେ ଆଉ ଦୁଇ ଶିକ୍ଷକ ଧରାପଡିଛନ୍ତି।
କେଉଁଝର ଜିଲ୍ଲାରେ ଧରାପଗଡ ବେଳେ ବିଲ୍ଲ ରାମଚନ୍ଦ୍ର ହାଇସ୍କୁଲର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରା ଧରାପଡିଛନ୍ତି। ସେ ନକଲି ପ୍ରମାଣପତ୍ର ଦେଇ ଦୀର୍ଘଦିନ ଧରି ଚାକିରି କରୁଥିଲେ। ତାଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ସେହିପରି ପୁରୀ ଜିଲ୍ଲା ବିଶ୍ବମ୍ବର ବିଦ୍ୟାପୀଠରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜଣେ ସହକାରୀ ଶିକ୍ଷକଙ୍କ ପ୍ରତି ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ହେଲେ ମହେନ୍ଦ୍ର ପ୍ରଧାନ। ତାଙ୍କୁ ବି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ଏହା ଜଣାପଡିବା ପରେ ଶିକ୍ଷକ ମହଲରେ ଛନକା ପଶିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/4-16.jpg)