ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀରେ ୨ହଜାର ପିଲା ଗାଇଲେ ରାମଧୂନ

ବରଗଡ଼ : ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସ୍ମୃତି ଉତ୍ସବକୁ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆଠାରେ ନିଆରା ଢଙ୍ଗରେ ପାଳନ କରାଯାଇଛି। ୨ହଜାର ଛାତ୍ରଛାତ୍ରୀ ଏକାସାଂଗରେ ବୈଷ୍ଣବ ଜନତୋ.. ଭଜନ ଏବଂ ରାମଧୂନ ଗାନ କରିଥିଲେ। ଡିଆଇପିଆର୍‌ଓ କଲ୍ୟାଣୀ ଦାଶଙ୍କ ସଂଯୋଜନାରେ ପ୍ରଥମେ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସକାଳୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, କଲେଜ୍‌ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ସ୍ଥିତ ମହାତ୍ମଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ପହଂଚିଥିଲେ। ଲୋକ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ଏଡିଏମ୍ ମିର୍ଦ୍ଧା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ କୃତୀବାସ ରାଉତ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନସନା, ଡିଇଓ ପ୍ରକାଶ ଯୋଶୀ, ଡିପିସି ସୁଶାନ୍ତ େଚାପଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତ ମିଶ୍ର, ଘରୋଇ ସ୍କୁଲ୍ ସଭାପତି ଯଶବୀର ସିଂ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଡ. ମନୋଜ ସାହୁ, ଅଧ୍ୟାପିକା ସଂଘମିତ୍ରା ମିଶ୍ର, ସାହିତ୍ୟିକ ମନୋରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଗୀତ ନିର୍ଦ୍ଦେଶକ କମଲେଶ ଚକ୍ରବର୍ତ୍ତୀ, ପରିତୋଷ ବେହେରାଙ୍କ ନିର୍ଦ୍ଦେଶନାରେ ୨ହଜାର ଛାତ୍ରଛାତ୍ରୀ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ ଓ ରାମଧୂନ ସାମୂହିକ ଭାବେ ଗାନ କରିଥିଲେ। ସଭା ପ୍ରାରମ୍ଭରେ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୁଲ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଭାର୍ଗବ ନାଏକ ସଦାନନ୍ଦ ଜାଲ, ରୋଜାଲିନ ମିଶ୍ର, ଦିବ୍ୟକାନ୍ତି ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର