ଶ୍ରୀମନ୍ଦିରର ୪ଟି ଦ୍ୱାରର ଉପରେ ରୁପାର ଛାଉଣୀ କରାଯିବ

ପୁରୀ: ପୁରୀର ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଦ୍ୱାରର ରୂପ ବଦଳି। ଶ୍ରୀମନ୍ଦିରର ୪ଟି ଦ୍ୱାରର ଉପରେ ରୁପାର ଛାଉଣୀ ହେବ। ମୁମ୍ବାଇର ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଦାନ କରିଥିବା ୧୩୪୫ କେଜି ରୁପା ପୁରୀରେ ପହଞ୍ଚିଛି । ଏ ସମସ୍ତ ରୁପା ଶ୍ରୀମନ୍ଦିର ଭକ୍ତ ନିବାସର ସିଲ୍ କୋଠରୀରେ ରଖାଯାଇଛି।

ତେବେ ୪ଟି ଦ୍ୱାରରେ ରୂପା ଛାଉଣୀ କରିବା ପାଇଁ ପ୍ରାୟ ୨ ଟନ୍ ରୂପା ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ପ୍ରଥମେ ପରୀକ୍ଷାମୂଳକ ଭାବେ ଜୟବିଜୟ ଦ୍ୱାର ଓ ଭୋଗ ମଣ୍ଡପର ଦ୍ୱାରରେ ରୁପା ଛାଉଣୀ କରାଯିବ। ଏହାର ଡିଜାଇନ ଚୂଡାନ୍ତ ହୋଇଥିବା ବେଳେ ପ୍ରାୟ ୧୫ଜଣ କାରିଗର ନିଳାଦ୍ରୀ ଭକ୍ତ ନିବାସରେ କାମରେ ଲାଗିଛନ୍ତି। ଶ୍ରୀମନ୍ଦିରର ୪ ଦ୍ୱାରରେ ରୁପା ଛାଉଣୀ କରିବା ସମୟରେ ମୂଳ ଡିଜାଇନ ଅକ୍ଷୁର୍ଣ୍ଣ ରଖିବା ସହ ଉତ୍କଳୀୟ କଳାସ୍ଥାପତ୍ୟର ଡିଜାଇନକୁ ମଧ୍ୟ ସ୍ଥାନ ଦିଆଯିବ।

ସମ୍ବନ୍ଧିତ ଖବର